୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି : ୧୮ରେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏର ବୈଠକ; ବିହାରରୁ ୩ ଦଳର ନେତା ସାମିଲ ହେବା ସମ୍ଭାବନା

178

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରସ୍ତୁତି । ୧୮ ତାରିଖରେ ଦିଲ୍ଲୀରେ ଏହି ବୈଠକ ବସିବ । ବିରୋଧୀ ଏକାଠି ହୋଇ ପାଟନା ପରେ ଏବେ ବେଙ୍ଗାଲୁରୁରେ ବୈଠକ କରିବାକୁ ଯାଉଛନ୍ତି । ଆଉ ଏହାରି ଭିତରେ ଏନଡିଏ ମଧ୍ୟ ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଯେଉଁମାନେ ୨୦୧୪ ପରେ ବିଭିନ୍ନ କାରଣ ପାଇଁ ଏନଡିଏରୁ ଓହରିଯାଇଥିଲେ ସେହି ସବୁ ଦଳକୁୁ ଏନଡିଏକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏହି କ୍ରମରେ ବିହାରରେ ଚିରାଗ ପାଶୱାନଙ୍କ ସମେତ ତିନି ଦଳ ଏହି ବୈଠକରେ ଯୋଗଦେବା ନେଇ ସମ୍ଭାବନା ରହିଛି । ସେହିପରି ଏନସିପି, ଅକାଳୀ ଦଳ, ଟିଡିପି ମଧ୍ୟ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ବିଜେପି ମୁଖ୍ୟତଃ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ପଞ୍ଜାବରେ ଭୋଟ୍ ବ୍ୟାଙ୍କ ଉପରେ ନଜର ରଖିଥିବା ସୂଚନା ରହିଛି ।