ଦାଦାବଟି ନଦେବାରୁ ଗୁଳିମାଡ : ସମବାୟ ସମିତି ସଭାପତିଙ୍କ ଗାଡ଼ି ଭଙ୍ଗାରୁଜା; ସିସିଟିଭିରେ କଏଦ ହେଲା ଦୃଶ୍ୟ

465

କନକ ବ୍ୟୁରୋ : ଦାଦାବାଟି ନଦେବାରୁ ଗୁଳିମାଡ । ସେବା ସମବାୟ ସମିତିର ସଭାପତିଙ୍କ ଗାଡିକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏହା ସହ ଘର ଆଗରେ ମାରଣାସ୍ତ୍ର ବୁଲାଇ ସୃଷ୍ଟି କଲେ ଆତଙ୍କ । ଘଟଣା ଘଟିଛି ନୟାଗଡ଼ ଇଟାମାଟି ଥାନା ସାଲୁଣି ଗାଁରେ । ଚମ୍ପତିପୁର ସେବା ସମବାୟ ସମିତିର ସଭାପତି ପ୍ରତାପ ବେହେରାଙ୍କୁ ନାଟୁଗାଁର ୪ ଜଣ ଯୁବକ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ ।

ହେଲେ ଦାଦାବଟି ଦେବାକୁ ମନା କରିଦେଇଥିଲେ ପ୍ରତାପ । ଏହାକୁ ନେଇ ୪ ଜଣ ଯୁବକ ତାଙ୍କ ଘର ଆଗରେ ଖଣ୍ଡା ବୁଲାଇବା ସହ ତାଙ୍କ ଗାଡିକୁ ଗୁଳିମାଡ଼ କରିଥିଲେ । ଗାଡିକୁ ଭଙ୍ଗାରୁଜା କରିବା ସହ ଗାଳିଗୁଲଜ କରିଥିଲେ । ସିସିଟିଭିରେ ଏସବୁ ଦୃଶ୍ୟ କଏଦ ହୋଇଛି । ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି ।