ଆଈ ଜୟା ବଚ୍ଚନଙ୍କ ଉପଦେଶକୁ ନେଇ ନବ୍ୟାଙ୍କ ପ୍ରତିକ୍ରିୟା , ବିବାହ ପୂର୍ବରୁ ମା’ ହେବାକୁ ନେଇ କହିଲେ ଏଭଳି କଥା

665

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ କିଛିଦିନ ତଳେ ସଂପର୍କକୁ ନେଇ ତାଙ୍କ ନାତୁଣୀ ନବ୍ୟ ନବେଲି ନନ୍ଦାଙ୍କୁ କିଛି ପରାମର୍ଶ ଦେଇଥିଲେ । ଏଥିରେ ଜୟା ଶାରୀରିକ ଆକର୍ଷଣ ବାବଦରେ ଖୋଲାଖୋଲି କଥା ହୋଇଥିଲେ । ଜୟା କହିଥିଲେ କି ଆଜିର ସମୟରେ ସଂପର୍କକୁ ଦୃଢ ଓ ଦୀର୍ଘଜୀବୀ କରିବାକୁ ହେଲେ ଶାରୀରିକ ସଂପର୍କ ନିହାତି ଆବଶ୍ୟକ । ପୂର୍ବରୁ ଏହା ଉପରେ ବିଶେଷ ଗବେଷଣା ହେଉ ନଥିବା ବେଳେ ଏବେର ପୀଢି ଏହା ଉପରେ ଏକ୍ସପେରିମେଣ୍ଟ କରିପାରିବେ । ଏହା ବ୍ୟତୀତ ଜୟା କହିଥିଲେ କି ମୋ ନାତୁଣୀ ନବ୍ୟା ଯଦି ବିବାହ ପୂର୍ବରୁ ମା ହୁଅନ୍ତି ତେବେ ମୋ ତରଫରୁ କୌଣସି ଅଭିଯୋଗ ନାହିଁ ।

ଏହାକୁ ନେଇ ନାତୁଣୀ ନବ୍ୟା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ଯଦି ବାହାଘର ପୂର୍ବରୁ ପିଲା ଜନ୍ମ ହେବ ତେବେ ତାହାକୁ ନେଇ ମୋ ତରଫରୁ କୌଣସି ସମସ୍ୟା ନାହିଁ । ଏହାସହ ଜୟାଙ୍କ ବୟାନ ପରେ ଦେଖାଦେଇଥିବା ବିବାଦକୁ ନେଇ ନବ୍ୟା କହିଛନ୍ତି ଯେ, ଏହି ପୋଡକାଷ୍ଟରେ ଆମର ଉର୍ଦ୍ଦେଶ୍ୟ ହେଉଛି ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା । ଏହି ପୋଡକାଷ୍ଟରେ ମୁଁ ସବୁବେଳେ ଆଈଙ୍କ ସହ ସଂପର୍କ, ବନ୍ଧୁତା ଭଳି ଅନେକ ବିଷୟରେ ଆଲୋଚନା କରିଥାଏ ବୋଲି ନବ୍ୟା କହିଛନ୍ତି ।