ଥରିଲା ଦେବଭୂମି: ଉତ୍ତରାଖଣ୍ଡରେ ଭୂମିକମ୍ପ

203

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଛି । ରବିବାର ଭୋର ସମୟରେ ଉତ୍ତରକାଶୀ ଜିଲ୍ଲାରେ ମୃଦୁ ଭୂମିକମ୍ପ ହୋଇଛି, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି । ଉତ୍ତରକାଣୀଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୃଷ୍ଟି ହୋଇଥିବା ଜଣାପଡିଛି । ଏଠାରେ ସପ୍ତାହକରେ ୨ ଥର ଭୂମିକମ୍ପ ହୋଇଛି ।

ଭାରତୀୟ ଭୂକମ୍ପ ବିଜ୍ଞାନ ରିପୋର୍ଟ ମୁତାବକ, ଉତ୍ତରାଖଣ୍ଡର୩ଟି ଜିଲ୍ଲା ଉତ୍ତରକାଶୀ, ଡେରାଡୁନ୍, ଓ ଡେରୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ । ଏହା ପୂର୍ବରୁ ନଭେମ୍ବର ୧ ତାରିଖରେ ଜବଲପୁର ସମେତ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା