୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପର ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ସହ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

117

କନକ ବ୍ୟୁରୋ : ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଶ୍ୱକପ ଟ୍ରଫିର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର୍ଯ୍ୟକ୍ରମରେ ଏହି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ନବୀନ ।

ଆସନ୍ତା ୧୧ ଅକ୍ଟୋବରରୁ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆରମ୍ଭ ହେବ । ଆଉ ଚଳିତ ବିଶ୍ୱକପର ୩ଟି ପୁଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୧, ୧୪ ଓ ୧୭ରେ ଏହି ପୁଲ୍ ମ୍ୟାଚ୍ ଖେଳାଯିବ । ଯେଉଁଥିପାଇଁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଫୁଟବଲ ପରେ ପରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜିତ ହେବ । ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜକ ଭାବେ ଗୁରୁଦାୟିତ୍ୱ ପାଇଛି ଓଡ଼ିଶା ।