ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିପାରନ୍ତି ନବୀନ । ରୋମ ଗସ୍ତ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

ଚଳିତ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯାତ୍ରା

473

କନକ ବ୍ୟୁରୋ: ୧୦ ବର୍ଷ ପରେ ବିଦେଶ ଯାଉଛନ୍ତି ନବୀନ ଆଉ ଇଟାଲୀ ଗସ୍ତ କରି ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏବେ ଏଭଳି ଚର୍ଚ୍ଚା ଚାଲିଛି । ଚଳିତ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ଯିବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଆବଶ୍ୟକ ଅନୁମତି ପ୍ରଦାନଠାରୁ ଆରମ୍ଭ କରି ପୋପଙ୍କ ସହ ସାକ୍ଷାତ ପାଇଁ ରହିଥିବା ବାଧାକୁ ଦୂର କରିବାରେ ସହାୟତା କରିଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆଗକୁ ଅଛି ରାଷ୍ଟ୍ରପତି ନିର୍ବାଚନ । ତେଣୁ ନବୀନଙ୍କ ବିଦେଶ ଗସ୍ତ ନେଇ ବାଧା ଦୂର କରିବା ସହ ଏକପ୍ରକାର ଖୁସି କରିବାକୁ ଚେଷ୍ଟା କରାଯାଇଛି ।

  • ଭାଟିକାନ ସିଟିରେ ପୋପଙ୍କୁ ଭେଟିବେ ନବୀନ!
  • ଜାତୀୟ ଗଣମାଧ୍ୟମରେ ଚାଲିଛି ଏଭଳି ଚର୍ଚ୍ଚା

ସାରା ବିଶ୍ୱର ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିପାରନ୍ତି ନବୀନ ପଟ୍ଟନାୟକ । କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ-ପୋପ ଫ୍ରାନ୍ସିସଙ୍କୁ ଭେଟିବାରେ ସେ ହୋଇପାରନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ଚଳିତ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ଇଟାଲୀର ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ କର୍ମଶାଳାରେ ଯୋଗଦେବେ । କୃଷି, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ବାଣ୍ଟିବେ । ତେବେ ଇଟାଲୀ ଗସ୍ତ ସମୟରେ ପୋପ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି । କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ଆବଶ୍ୟକ ଅନୁମତି ପ୍ରଦାନଠାରୁ ଆରମ୍ଭ କରି ପୋପଙ୍କ ସହ ସାକ୍ଷାତ ପାଇଁ ରହିଥିବା ବାଧାକୁ ଦୂର କରିବାରେ ସହାୟତା କରିଛନ୍ତି । କାରଣ ଆଗକୁ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ବଡ ଭୂମିକା ରହିବ ।

ଗତବର୍ଷ ରୋମରେ ହେବାକୁ ଥିବା ବିଶ୍ୱଶାନ୍ତି ସମ୍ମିଳନୀରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁଯୋଗ ଦେଇନଥିଲେ କେନ୍ଦ୍ର ସରକାର । ଏଥିପାଇଁ ଆବଶ୍ୟକ ଅନୁମତି ନଦେଇ, ସଫେଇରେ କହିଥିଲେ ଯେ, ଏହି ସମ୍ମିଳନୀ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଯୋଗଦେଲା ଭଳି ନୁହେଁ ।

  • ମମତାଙ୍କୁ ମନା କରି ନବୀନଙ୍କୁ ଅନୁମତି ଦେଲେ?
  • ବିଜେପିର ଆବଶ୍ୟକତା ନେଇ ଗଣମାଧ୍ୟମରେ ଚର୍ଚ୍ଚା

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଇଲେକ୍ଟୋରାଲ କଲେଜ ଭୋଟ୍ ନିର୍ଣ୍ଣାୟକ ହେବ । ତେଣୁ ନବୀନଙ୍କ ବିଦେଶ ଗସ୍ତ ନେଇ ବାଧା ଦୂର କରିବା ସହ ଏକପ୍ରକାର ଖୁସି କରିବାକୁ ଚେଷ୍ଟା କରାଯାଇଛି । ସେପଟେ ୧୦ ବର୍ଷ ପରେ ନବୀନ ବିଦେଶ ଗସ୍ତରେ ଯାଉଛନ୍ତି । ରୋମରୁ ଫେରିବା ବାଟରେ ସେ ଦୁବାଇରେ ପ୍ରବାସୀ ଓଡିଆ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ବିଶେଷ କରି ଓଡିଶାରେ ପୁଞ୍ଜି ନିବେଶ ନେଇ ଶିଳ୍ପପତିଙ୍କୁ ମନାଇବେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ୨୦୧୨ ମିଡନାଇଟ ଅପରେସନ ପରେ ଦୀର୍ଘ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଆଉ ବିଦେଶ ଗସ୍ତରେ ଯାଇ ନାହାନ୍ତି ।