ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଓ ଭାଇରାଲ ଭିଡିଓ ପ୍ରସଙ୍ଗରେ ପ୍ରଜ୍ୱଳ ରେଭାନ୍ନା ଓ ବାପା ଏଚଡି ରେଭାନ୍ନାଙ୍କୁ ନୋଟିସ୍ । କୁଆଡେ ଗଲେ ପ୍ରଜ୍ୱଳ ପ୍ରଶ୍ନ ଉଠାଇଲେ ବିରୋଧୀ

111

କନକ ବ୍ୟୁରୋ : ଯୌନ ନିର୍ଯାତନା ଓ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ସମସ୍ୟା ବଢିବାରେ ଲାଗିଛି । ଏସ୍ଆଇଟି ଏହି ମାମଲାରେ ଜେଡିଏସ୍ ବିଧାୟକ ଏଚ୍ଡି ରେଭାନ୍ନା ଏବଂ ତାଙ୍କ ପୁଅ ତଥା ହାସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ନୋଟିସ୍ କରିଛି । ଜେରା ପାଇଁ ଏସଆଇଟି ସମ୍ମୁଖରେ ହାଜର ହେବାକୁ ଦୁଇଜଣଙ୍କୁ ନୋଟିସ୍ ହୋଇଛି । ସେପଟେ ରେଭାନ୍ନା ପରିବାରର ପୂର୍ବତନ ଡ୍ରାଇଭର ପାଇଁ ଏହି କଳା କାରନାମା ଉପରୁ ପର୍ଦ୍ଦା ଉଠି ପାରିଛି । ୧୫ ବର୍ଷ ଧରି ରେଭାନ୍ନା ପରିବାରରେ ଗାଡି ଚଲାଇବା ପରେ ଚାକିରି ଛାଡିଥିଲା ଡ୍ରାଇଭର କାର୍ତିକ ଗୌଡା । ପ୍ରଜ୍ଜ୍ୱଳ ଓ ତାଙ୍କ ବାପା କାର୍ତିକ ପରିବାର ଉପରେ ନିର୍ଯାତନା କରିଥିଲେ । ଯାହାକୁ ନେଇ ବାପ-ପୁଅଙ୍କ ଅଶ୍ଳୀଳ ଭିଡିଓ ଥିବା ପେନ୍ ଡ୍ରାଇଭ୍ ବିଜେପି ନେତାଙ୍କୁ ଦେଇଥିଲା । ଏହାପରେ ଧିରେ ଧିରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏତେ ସବୁ ବାଦ ବିବାଦ ଭିତରେ ପ୍ରଜ୍ୱଳ କେଉଁଠି ଅଛନ୍ତି ଏହା ସ୍ପଷ୍ଟ ହୋଇ ପାରୁ ନାହିଁ । ଏହାରି ଭିତରେ ବିରୋଧୀ ବିଜେପି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏତେ ବିବାଦ ଭିତରେ ଜେଡିଏସ୍ ସହ କିପରି ମେଂଟ କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।