ମା’ କୁ ବିକଳ ହୋଇ ଡାକୁଥିଲା ପୁଅ, ଆଖି ଆଗରେ ସମୁଦ୍ରରେ ଭାସିଗଲେ ମହିଳା

4,328

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ମୁମ୍ବାଇ ବାନ୍ଦ୍ରା ବିଚରେ ମଜାମସ୍ତି କରୁଥିବା କାଳ ହେଲା । ବିଚ୍ କୂଳରେ ବସି ଭିଡିଓ କରୁଥିବା ଦମ୍ପତ୍ତିଙ୍କୁ ସମୁଦ୍ର ଲହରୀ ଧକ୍କା ଦେବାରୁ ସମୁଦ୍ର ଲହରୀରେ ଭାସିଗଳେ ମହିଳା । କୂଳରେ କୁନି ପୁଅ ମା’ ମା’ ବୋଲି ଚିକ୍ରାର କରୁଥିବାବେଳେ ମା’ କିନ୍ତୁ ଆଖିପିଛୁଳାକେ ପାଣିରେ ବୁଡିଯାଇଥିଲେ । ମହିଳା ଜଣକ ୩୨ ବର୍ଷୀୟା ଜ୍ୟୋତି ସୋନାର ବୋଲି ଜଣାପଡିଛି ।

ମହିଳାଙ୍କ ସ୍ୱାମୀ ମୁମ୍ବାଇ ଗୌତମନଗର ବାସିନ୍ଦା । ଏଠାରେ ସେ ଏକ ଘରୋଇ କମ୍ପାନୀରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରନ୍ତି । ତାଙ୍କ କହିବା କଥା ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ତାଙ୍କ ଶାଢୀ ଧରିଥିଲେ ବି ସେ ଶାଢୀରୁ ଖସିଯାଇଥିଲେ । ତାଙ୍କୁ କେହି ବିଞ୍ଚାଇବା ସମ୍ଭବ ନଥିଲା । ଏହି ଘଟଣା ପରେ ତାଙ୍କର ଦୁଇ ପିଲାଙ୍କ ମାନସିକ ସ୍ଥିିତି ଖରାପ ରହିଛି ।