ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି । ଚାଷୀ କହିଲେ ୨ଦିନ ପରେ ରଖିବୁ ଜବାବ

2,475

କନକ ବ୍ୟୁରୋ: ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ୫ବର୍ଷର ଏମଏସପି ଗ୍ୟାରେଣ୍ଟିର ପ୍ରସ୍ତାବ ସରକାର ଦେଇଛନ୍ତି । ଚାଷୀ ସଂଗଠନ କହିଛନ୍ତି ଚାଲିଛି ବିଚାରବିମର୍ଶ । ୨ଦିନ ପରେ ସରକାରଙ୍କୁ ଦେବୁ ଜବାବ । ୨୦ ତାରିଖ ସୁଦ୍ଧା ସମାଧାନ ନମିଳିଲେ ୨୧ରୁ ବିକ୍ଷୋଭ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସେପଟେ ମିଳିଥିବା ସୂଚନା ଅନୁସାରେ ମିଳିତ କିଷାନ ମୋର୍ଚ୍ଚା ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଛି ।

  • ସରକାର-ଚାଷୀ ସଂଗଠନର ଚତୁର୍ଥ ବୈଠକ
  • ଏମଏସପି ଉପରେ ସରକାରଙ୍କ ପ୍ରସ୍ତାବ

ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଚଣ୍ଡିଗଡରେ ବସିଛି ୪ର୍ଥ ପର୍ଯ୍ୟାୟ ବୈଠକ । ବୈଠକରେ ସରକାର ଚାଷୀ ସଂଗଠନକୁ କିଛି ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ଚାଷୀଙ୍କ ସାମ୍ନାରେ ସରକାରଙ୍କ ପ୍ରସ୍ତାବ

  • ୪ଟି ଫସଲରେ ୫ବର୍ଷ ପାଇଁ ଏମଏସପି ଗ୍ୟାରେଟିଂ ଦେବାକୁ ସରକାର ପ୍ରସ୍ତୁତ
  • ଚାଷୀଙ୍କୁ ଏଜେନ୍ସି ଦ୍ୱାରା ୫ବର୍ଷ ପାଇଁ ଡାଲି, ମକା, କପାରେ ଏମ୍ଏସ୍ପି ମୂଲ୍ୟ ଦିଆଯିବ
  • ସରକାରୀ ସଂସ୍ଥା ଚାଷୀମାନେ ହରଡ଼, ବିରି, ମସୁର ଡାଲି ଓ ମକାକୁ ଧାର୍ଯ୍ୟ ଏମଏସପିରେ ୫ବର୍ଷ ପାଇଁ କିଣିବେ
  • କିଣିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଚାଷୀଙ୍କଠୁ ସରକାର ସର୍ବାଧିକ ଫସଲ କିଣିବେ । ପୋର୍ଟାଲକୁ ବିକଶିତ କରାଯିବ ।

ସରକାର ଓ ଚାଷୀଙ୍କ ବୈଠକରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାଏ ଚାଷୀଙ୍କ ସହ ଆଲୋଚନା କରିଥିଲେ । ୧୨ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସୂଚନା ଅନୁସାରେ ଚାଷୀ ସଂଗଠନ ଦୁଇ ଦିନ ଧରି ସରକାରଙ୍କ ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବେ । ଫେବୁଆରୀ ୨୦ରେ ପରେ ସରକାରଙ୍କ ପ୍ରସ୍ତାବ ଉପରେ ଚାଷୀ ସଂଗଠନ ନିର୍ଣ୍ଣାୟକ ନିଷ୍ପତି ନେବେ ।

ବୈଠକ ପରେ ଚାଷୀ ସଂଗଠନ ଦୁଇ ଦିନ ପାଇଁ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ୨୧ ତାରିଖ ସୁଦ୍ଧା ସାମଧାନ ନବାହରିଲେ ଦିଲ୍ଲୀ ଚଲୋ ଆନ୍ଦୋଳନ ଜୋରଦାର ହେବା ନେଇ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ।