ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କହିଲେ ପରିବାରର ଚାକିରିଆଙ୍କଠୁ କିଛି କମ ନୁହଁନ୍ତି ଗୃହିଣୀ ।

171

କନକ ବ୍ୟୁରୋ: ଗୃହିଣୀଙ୍କ ସର୍ମ୍ପକରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ଚାକିରିଆ ବା ଦରମାପ୍ରାପ୍ତ ବ୍ୟକ୍ତିଙ୍କଠୁ କିଛି କମ ନୁହଁନ୍ତି ଗୃହିଣୀ । ଏକ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଶୁଣାଣୀ କରି କୋର୍ଟ ଏଭଳି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ପରିବାରର ଦାୟିତ୍ୱ, ଯତ୍ନରେ ଗୃହିଣୀଙ୍କ ଭୂମିକା ଓ ଗୁରୁତ୍ୱ ଟଙ୍କାରେ ମାପିବା ସମ୍ଭବ ନୁହେଁ । ଯଦି ଗୃହିଣୀଙ୍କ ପ୍ରତ୍ୟେକ କାର୍ଯ୍ୟକୁ ହିସାବ କରାଯାଏ ତେବେ ଏହା ଉଚ୍ଚ ଓ ମୂଲ୍ୟବାନ ଅଟେ । ତେଣୁ ନିଦ୍ଦିଷ୍ଟ ପରିମାଣ ଆୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭୂମିକାଠୁ କିଛି କମ ନୁହେଁ ଗୃହିଣୀଙ୍କ ଭୂମିକା ।

ସୂଚନା ଅନୁସାରେ ୨୦୦୬ରେ ଉତ୍ତରାଖଣ୍ଡରେ ଜଣେ ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତେବେ ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ଉକ୍ତ ମହିଳାଙ୍କ ସ୍ୱାମୀ ଓ ନାବାଳକ ପୁଅକୁ କ୍ଷତିିପୂରଣ ଦେଇଥାନ୍ତେ । ମୋଟର ଆକ୍ସିଡେଣ୍ଟ ଟ୍ରିବ୍ୟୁନାଲ କ୍ଷତିପୂରଣ ରାଶି ଅଢ଼େଇ ଲକ୍ଷ ଟଙ୍କାର ଧାର୍ଯ୍ୟ କରିଥିଲେ । ଯେଉଁଥିରେ ଅସନ୍ତୋଷ ପ୍ରକାଶ କରି ମହିଳାଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମୃତ ମହିଳା ଜଣେ ଗୃହିଣୀ ଥିବାରୁ ତାଙ୍କ ସର୍ବନିମ୍ନ ଜାତୀୟ ଆୟ ଆଧାରରେ ଏହି ଆବେଦନକୁ ଖାରଜ କରିଥିଲେ ଉତରାଖଣ୍ଡ ହାଇକୋର୍ଟ । ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରିବାର । ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କେଭି ବିଶ୍ୱନାଙ୍କ ଦ୍ୱାର ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କ୍ଷତିପୂରଣ ରାଶିକୁ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ୬ଦିନ ମଧ୍ୟରେ ଦେବାକୁ କୋର୍ଟ କହିଛନ୍ତି ।