ସମ୍ଭଳରେ ‘କଳକୀଧାମ’ ମନ୍ଦିରର ଶିଳାନ୍ୟାସ । ମୋଦି କହିଲେ ବଦଳିଛି କାଳଚକ୍ର, ଆରମ୍ଭ ହୋଇଛି ନୂଆ ଯୁଗ

145

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଭବ୍ୟ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ମନ୍ଦିରର ନିର୍ମାଣ ଢାଞ୍ଚାର ମଧ୍ୟ କରିଛନ୍ତି ଅନାବରଣ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ପୂଜାରେ ବସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ଉପସ୍ଥିତି ଓ ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ପୂଜାସ୍ଥଳ । ତେବେ କଳକୀ ଧାମ ମନ୍ଦିରର ମନ୍ଦିରର ଶିଳାନ୍ୟାସକୁ ଭାରତର ସାଂସ୍କୃତିକ ନବଜାଗରଣର ଏକ ଅଦଭୁତ କ୍ଷଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଭାରତୀୟ ଧାର୍ମିକ ବିଶ୍ୱାସର ଆଉ ଏକ ପବିତ୍ର ସ୍ଥାନ ହେବ ବୋଲି ସେ କହିଛନ୍ତି ।

ନିକଟରେ କଳକୀ ଧାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାଙ୍କୁ ବହିଷ୍କାର କରିଥିଲା କଂଗ୍ରେସ । ଏହାପରେ ଏବେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରମୋଦ କୃଷ୍ଣଙ୍କ ଉପସ୍ଥିତି ନେଇ ବଢିଛି ଚର୍ଚ୍ଚା । ଭୂମି ପୂଜନଅବସରରେ ମୋଦିଙ୍କୁ ସ୍ୱାଗତ କରିବା ସହ ନିଜ ଭାବନା ବ୍ୟକ୍ତ କରିଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା । ଯାହାର ଉତ୍ତର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ଭଲ ଜିଲ୍ଲାରେ ୫ ଏକର ଜମିରେ ନିର୍ମାଣ ହେବ କଳକୀ ଧାମ ମନ୍ଦିର । ମନ୍ଦିରର ଉଚ୍ଚତା ରହିବ ୧୦୮ ଫୁଟ । ମନ୍ଦିର ନିର୍ମାଣରେ ବ୍ୟବହାର ହେବ ବଂଶୀ ପାହାଡ଼ପୁରର ଗୋଲାପୀ ରଂଗର ପଥର । ଏହି ପଥର ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର ହେବ ନାହିଁ । ୧୦ଟି ଗର୍ଭଗୃହରେ ସ୍ଥାନ ପାଇବ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହା । ୫ ବର୍ଷ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି ।