୨୦୨୩ରେ ଚେନ୍ନାଇ ପାଇଁ ଖେଳିବେ ଧୋନି । ଅବସର ଉପରେ ରଖିଲେ ଜବାବ । 

279

କନକ ବ୍ୟୁରୋ: ଶୁକ୍ରବାର ୨୦୨୨ ଆଇପିଏଲ ସିଜିନ ଧୋନିଙ୍କ କ୍ୟାରିୟରର ଶେଷ ମ୍ୟାଚ ନୁହେଁ । ଆଗାମୀ ବର୍ଷ ମଧ୍ୟ ନିଜ ପ୍ରିୟ ଦଳ ଚେନ୍ନାଇ ପାଇଁ ଉପଲବ୍ଧ ରହିବେ ମାହି । ୪୦ ବର୍ଷୀୟ ଧୋନି ଆଇପିଏଲ ଆରମ୍ଭ ହେବାର ମାତ୍ର ୨ ଦିନ ପୂର୍ବରୁ ଦଳର ଅଧିନାୟକ ପଦରୁ ଓହରିଥିଲେ । ପରେ ପୁଣି ସିଜିନର ଅଧାରୁ ତାଙ୍କୁ ଅଧିନାୟକ ପଦକୁ ଫେରାଇ ଅଣାଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ନେଇ ମୁହଁ ଖୋଲିଛନ୍ତି ନିଜେ ମାହି । ସେ କହିଛନ୍ତି, ଚେନ୍ନାଇରେ ଥିବା ଅନେକ ପ୍ରଶଂସକଙ୍କ ସାମ୍ନାରେ ନ ଖେଳିବା ତାଙ୍କ ପାଇଁ ଅନୁଚିତ ହେବ । ଚେନ୍ନାଇର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ । ଏଭଳି କରିବା ବି ଅନୁଚିତ ହେବ । ଶୁକ୍ରବାର ରାଜସ୍ଥାନ ରୟାଲ୍ସ ସହ ମ୍ୟାଚ ପୂର୍ବରୁ ଟସ ବେଳେ ସେ ଏହିଭଳି କହି ଆଗାମୀ ସିଜିନରେ ପୁଣି ଖେଳିବା ନେଇ ସୂଚନା ଦେଇଛନ୍ତି ।

ତେବେ, ଧୋନି ଚିନ୍ତିତ ଯେ ୨୦୨୩ ଆଇପିଏଲ ସିଜିନ ତାଙ୍କର କ୍ୟାରିୟର ଅନ୍ତିମ ସିଜିନ ହେବ । ତେବେ ଜାଡେଜାଙ୍କୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଭିତରେ ସେ ଆଗାମୀ ଦିନରେ ଦଳ ସହିତ ରହିବା ନେଇ ସୂଚନା ମିଳିଛି । ଜାଡେଜାଙ୍କ ନେତୃତ୍ୱରେ ଦଳ ସିଜିନ ଆରମ୍ଭ କରିଥିଲା । ତେବେ ଦଳ ଆଠଟି ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ଧୋନିଙ୍କୁ ନେତୃତ୍ୱ ହସ୍ତାନ୍ତର କରିଥିଲେ । ପରେ ଆହତ ସମସ୍ୟା ଯୋଗୁ ସେ ସିଜିନରୁ ବାଦ ପଡିଥିଲେ । ଦଳ ତାଙ୍କୁ ଇନଷ୍ଟାରେ ଅନଫଲୋ ବି କରିଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଦଳରେ ସବୁକିଛି ଠିକ୍ ଚାଲିନାହିଁ ।

ନିକଟରେ ଗୋଟିଏ ମ୍ୟାଚ ଶେଷ ପରେ କମେଣ୍ଟେଟର ଡ୍ୟାନି ମୋରିସନ ଧୋନିଙ୍କୁ ଭବିଷ୍ୟତ ବିଷୟରେ ପଚାରିଥିଲେ । ଧୋନି କହିଥିଲେ ‘ଆପଣ ମୋତେ ହଳଦିଆ ଜର୍ସିରେ ନିଶ୍ଚିତ ଦେଖିବେ’ ତେବେ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ଏହି ହଳଦିଆ ଜର୍ସି କିମ୍ବା ଅନ୍ୟ କୌଣସି ହଳଦିଆ ଜର୍ସିରେ । ୨୦୦୮ରେ ଧୋନି ଆଇପିଏଲରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେବଳ ୨ଟି ସିଜିନ ଛାଡି ଅନ୍ୟ ସବୁ ସିଜିନରେ ସେ ଚେନ୍ନାଇକୁ ପ୍ରତିନିଧିତ୍ୱ କରିଆସୁଛନ୍ତି ।