୨୦ କୋଟି ଟଙ୍କାରେ ନିର୍ମିତ ହୋଇଛି ମା’ ଦୂର୍ଗାଙ୍କ ସ୍ୱର୍ଣ୍ଣମୂର୍ତ୍ତୀ ! ଖଞ୍ଜା ଯାଇଛି ୫୦ କିଲୋ ସୁନା , ସୁନାରେ ଝଲସୁଛନ୍ତି ମା’ ଜଗତଜନନୀ ।

1,299

ଦଶହରା ସମୟରେ ବିଭିନ୍ନ ସହରର ଭିନ୍ନ ଭିନ୍ନ ଦୂର୍ଗା ମଣ୍ଡପରେ ମା’ ଜଗଦମ୍ବାଙ୍କ ଭବ୍ୟ ପ୍ରତିମାକୁ ୯ ଦିନ ବ୍ୟାପି ପୂଜା କରାଯାଏ । ପ୍ରତିବର୍ଷ ଦୂର୍ଗାପୂଜା ସମୟରେ ମା’ଙ୍କ ମୂର୍ତ୍ତୀର ଭବ୍ୟତାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୁଏ । ଚଳିତ ବର୍ଷ ଏଭଳି ଏକ ସ୍ୱର୍ଣ୍ଣିମ ତଥା ଭବ୍ୟ ମୂର୍ତ୍ତୀ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ କଲିକତାର ଏକ ଦୂର୍ଗା ଉତ୍ସବ ସମିତି ମା’ ଦୂର୍ଗାଙ୍କ ୫୦ କିଲୋର ଏକ ସ୍ୱର୍ଣ୍ଣମୂର୍ତ୍ତୀ ପ୍ରସ୍ତୁତ କରିଛନ୍ତି ।

ମା’ଙ୍କ ମୂର୍ତ୍ତୀ ଏବଂ ମଣ୍ଡପରେ ଯେତେ ସୁନା ଲାଗିଛି ଏହାର ଦାମ୍ ପାଖାପାଖି ୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଚଳିତ ନବରାତ୍ରୀରେ ଏହା ଦେଶର ସବୁଠାରୁ ମହଙ୍ଗା ମୂର୍ତ୍ତୀ ବୋଲି କୁହାଯାଉଛି । କଲିକତା ସନ୍ତୋଷ ମିତ୍ର ସ୍କୋୟାର୍ ରେ ପ୍ରସ୍ତୁତ ହୋଇଥିବା ଏହି ମଣ୍ଡପରେ ଲାଗିଥିବା ଏହି ୧୩ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତୀର ସୁରକ୍ଷା ସକାଶେ ଅଧିକ ମାତ୍ରାରେ ପୋଲିସ୍ ବଳ ମୁତୟନ କରାଯାଇଛି । ସମିତିର ସଚିବ ସଜଲ୍ ଘୋଷ୍ ଙ୍କ କହିବାନୁସାରେ , ମା’ ଜଗଦମ୍ବାଙ୍କ ସିରରୁ ପାଦ ପର୍ଯ୍ୟନ୍ତ ସୁନାର ପରସ୍ତ ଚଢାଯାଇଛି ।

ମାତାଙ୍କ ସବାରୀ ସିଂହ ଏବଂ ମହିଷାସୁରକୁ ମଧ୍ୟ ସୁନାର ପରସ୍ତରେ ସଜା ଯାଇଛି । ସୁନାରେ ସୁସର୍ଜିତ ହୋଇଥିବା ସିଂହରୁ ଭିନ୍ନ ଏକ ଆଭା ପ୍ରଭାବିତ ହେଉଛି । ଦୂର୍ଗାଙ୍କ ଏହି ଭବ୍ୟ ମୂର୍ତ୍ତୀର ଦର୍ଶନ ପାଇଁ ଶ୍ରଦ୍ଧାଳୁ ଏଠାରେ ଲମ୍ବା ଲାଇନ୍ ଲଗାଉଛନ୍ତି । ଆପତ୍ତିଜନକ ପରିସ୍ଥିିତି ଯେଭଳି ସୃଷ୍ଟି ନ ହେବ ଏଥିସକାଶେ ଲୋକଙ୍କୁ ଗେଟ୍ ରେ ହିଁ ରୋକା ଯାଉଛି ଏବଂ ଗୋଟି ଗୋଟି କରି ସବୁ ଭକ୍ତଙ୍କୁ ମା’ଙ୍କ ମୂର୍ତ୍ତୀର ଦର୍ଶନ କରାଯାଉଛି ।