ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ : ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା ମହାନ୍ତିଙ୍କ ୩ଟି ଘରେ ରେଡ୍,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

2,327

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ । ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୩ ଟି ଘରେ ରେଡ କରୁଛି ଭିଜିଲାନ୍ସ । ଚଢାଉ ବେଳେ ୩୬ ଲକ୍ଷ ଟଂକାର ନଗଦ ଜମା ସହିତ ୧୮ଟି ଏଲଆଇସି ବଣ୍ଡ୍ ଜବତ ହୋଇଛି । ସେହିପରି ୯ ଟି ପ୍ଲଟ ସହ ୨ ଟି ଘର ଠାବ କରିଛି ଭିଜିଲାନ୍ସ ଟିମ୍ । ଜଣେ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କ ନିକଟରେ ଏତେ ଟଂକାର ସଂପତି କେଉଁଠୁ ଆସିଲା ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଚଢାଉ କରିବା ବେଳେ କୋଟିପତି ଶିକ୍ଷୟିତ୍ରୀଙ୍କ କୋଟି କୋଟି ଟଙ୍କାର ସଂପତି ଜବତ କରିଛି ଭିଜିଲାନ୍ସ । ଚଢାଉ ଜାରି ରହିଥିବାରୁ ମୋଟ୍ ଜବତ ସଂପତିର ତଥ୍ୟ ଚୂଡାନ୍ତ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ଟିମ ଭୁବନେଶ୍ୱର ୟୁନିଟ ୬ ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଚଢାଉ ଜାରି ରଖିଛି । ତିଳୋତ୍ତମାଙ୍କର ୟୁନିଟ-୯ର ଗୋପବନ୍ଧୁ ଛକ ପାଖରେ ଥିବା ସରକାରୀ ବାସଭବନ ସମେତ ଅନ୍ୟ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିବା ଜଣାପଡ଼ିଛି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ସ୍ବାମୀ ଜଣେ ଏଲଆଇସି ଏଜେଣ୍ଟ ବୋଲି ମଧ୍ୟ ଜଣାଯାଇଛି।