ଫିଫା ବିଶ୍ୱପକରେ ମୋରୋକୋର ରେକର୍ଡ । ଇତିହାସରେ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲରେ ପ୍ରବେଶ କଲା ମୋରୋକୋ

195

କନକ ବ୍ୟୁରୋ : ଫିଫା ବିଶ୍ୱପକରେ ମୋରୋକୋର ରେକର୍ଡ । ପ୍ରଥମ ଆଫ୍ରିକୀୟ ଦଳ ଭାବେ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକୋ । ଶନିବାର କ୍ୱାତରର ଥୁମମା ଷ୍ଟାଡିୟମରେ ପର୍ତୁଗାଲକୁ ୧-୦ ରେ ହରାଇ ଏହି ରେକର୍ଡ କରିଛିି ମୋରୋକୋ ।

ମୋରୋକୋର ୟୁସେଫ୍ ଇନ୍-ନେସୟାରୀ ପ୍ରଥମାର୍ଦ୍ଧରେ ଗୋଲ କରିଥିଲେ । ପରେ ଦୁଇ ଦଳ ପକ୍ଷରୁ ଆଉ କେହି ଗୋଲ କରିପାରିନଥିଲେ । ଫୁଟବଲର ସବୁଠୁ ପରିଚିତ ଖେଳାଳୀ କ୍ରିଷ୍ଟିୟାନ ରୋନାଲ୍ଡୋଙ୍କ ଦଳ ପର୍ତୁଗାଲ ନକଆଉଟ ମ୍ୟାଚରେ ହାରିବା ପରେ ସେମିଫାନାଲ ରେସରୁ ବାଦ ପଡିଛି । ସେପଟେ ୫ ଥରର ବିଜେତା ବ୍ରାଜିଲ ପରେ ତିନି ଥରର ଉପବିଜେତା ନେଦରଲ୍ୟାଣ୍ଡ ମଧ୍ୟ ଫିଫା ବିଶ୍ୱକପରୁ ବିଦାୟ ନେଇଛି ।