ଭାରତକୁ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଋଷ-ୟୁକ୍ରେନ୍ ଯୁଦ୍ଧରୁ ଆମେ ଶିଖିବା ଆବଶ୍ୟକ କହିଲେ ଭିଆର ଚୌଧୁରୀ

204

କନକ ବ୍ୟୁରୋ : ଭାରତକୁ ଲମ୍ବା ସମୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର ଚୌଧୁରୀ । ଏକ ଗଣମାଧ୍ୟମ ସଂସ୍ଥାକୁ ବାୟୁସେନା ମୁଖ୍ୟ କହିଛନ୍ତି, ଆଗରୁ ଆମେ ସଂକ୍ଷିପ୍ତ ଓ କ୍ଷୀପ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲୁ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ପରୀପେକ୍ଷୀରେ ବର୍ତମାନ ସମୟ ଆସିଛି ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତତ ହେବ ।

ପୂର୍ବ ଲଦାଖର ଏଲଏସିରେ ଚୀନ-ଭାରତ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଥିବା ବେଳ ବାୟୁସେନା ମୁଖ୍ୟଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଋଷ ଏତେ ଶକ୍ତିଶାଳୀ ହେବା ସତ୍ୱେ ୟୁକ୍ରେନ ସହ ଏତେ ସମୟ ଧରି ଯୁଦ୍ଧ ଲାଗିରହିବାର କାରଣ କଣ ବୋଲି ଶ୍ରୀ ଚୌଧୁରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତରରେ ସେ କହିଥିଲେ, ଋଷ-ୟୁକ୍ରେନ ଯୁଦ୍ଧରୁ ଆମକୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଦରକାର ପଡିଲେ ଆମେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର । ଏବେକାର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଚୟନ, ରକ୍ଷଣାବେକ୍ଷଣ, ଯୁଦ୍ଧ ସମାପ୍ତି ମାନଦଣ୍ଡ ଏବଂ ଉପଯୁକ୍ତ କୌଣଳ ସହ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।