ନିର୍ବାଚନ ବେଳେ ମୋଦୀଙ୍କ ବଡ଼ ସାକ୍ଷାତକାର: ‘ଇଡି’ ସମ୍ପର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ

165

କନକ ବ୍ୟୁରୋ: ଦେଶ ଆଗାମୀ ସାଧାରଣ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛି । ଜୋରଦାର ଲଢେଇ ପାଇଁ ସମସ୍ତ ରାଜନୈତିକ ଦଳ ଯୋଦ୍ଧାମାନଙ୍କୁ ମଇଦାନକୁ ଓହ୍ଲାଇ ସାରିଲେଣି । ୧୦ ବର୍ଷ ସରକାରରେ ରହିବା ପରେ ପୁଣି ଥରେ ୪ଶହ ପାର ନାରା ଦେଇ କ୍ଷମତାକୁ ଫେରିବାକୁ ଚାହୁଁଛି ବିଜେପି । ଏତିକି ବେଳେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମିଶନ ସାଉଥରୁ ଇଲେକ୍ଟୋରାଲ ବଣ୍ଡ, ସନାତନ ପ୍ରସଙ୍ଗରୁ ଇଡି କାର୍ଯ୍ୟାନୁଷ୍ଠାନ ଯାଏଁ ସବୁ ପ୍ରସଙ୍ଗରେ ମତ ରଖିଛନ୍ତି ମୋଦୀ । ଏପରିକି ବିରୋଧୀ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରିବାକୁ ଭୁଲି ନାହାନ୍ତି ।