କଂଗ୍ରେସରୁ ବିଦା ହେବା ପରେ ସୁରଙ୍କ ପ୍ରତିକ୍ରିୟା । କହିଲେ- ମୁଁ ମଲା ଯାଏଁ କଂଗ୍ରେସରେ ରହିବି…

852

କନକ ବ୍ୟୁରୋ: କଂଗ୍ରସର ବଡ ଚେହେରା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ୬ ବର୍ଷ ପାଇଁ ଶାସ୍ତି । ତେବେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି- ବହିଷ୍କାର କଲେ କିଛି ଆପତ୍ତି ନାହିଁ । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ସେ ବହିଷ୍କୃତ କରନ୍ତୁ କି ନାହିଁ । ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବି କିଛି ନବୁଝି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ।

ତେବେ ବିଜେଡିର ଭୁବନେଶ୍ୱର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ହେଉଛନ୍ତି ସୁରଙ୍କ ସାନ ପୁଅ । ତାଙ୍କ ପାଇଁ ସୁର ପ୍ରଚାର କରିବାର ଅଭିଯୋଗ ରହିଥିଲା । ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ବହିଷ୍କାର କରାଯାଇଥିବା ସୂଚନା ।