ଦୁବାଇ ଯିବେ ମିଶନ ଶକ୍ତି ମହିଳା: ସାକାର ହେବ ବିଦେଶ ଯିବା ସ୍ୱପ୍ନ

1,426

କନକ ବ୍ୟୁରୋ: ଦୁବାଇ ଯିବେ ମିଶନଶକ୍ତି ମହିଳା ଜ୍ୟୋତିରେଖା ଚେଟ୍ଟି । କୋରାପୁଟ ଜିଲ୍ଲା ମିଶନଶକ୍ତି ସଭାନେତ୍ରୀ ଜ୍ୟୋତିରେଖାଙ୍କୁ ବିମାନ ଯୋଗେ ଦୁବାଇ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଟିକେଟ ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଭୁବନେଶ୍ୱରରୁ-ଦୁବାଇ ବିମାନ ଯାତ୍ରା ଆରମ୍ଭ ହେଉଛି । ଆଉ ଏହି ଯାତ୍ରାରେ ଦୁବାଇ ଯିବେ ଜ୍ୟୋତି । ଏଥିପାଇଁ ସେ ବେଶ ଉତ୍ସାହିତ ବି ଅଛନ୍ତି । ମିଶନ ଶକ୍ତି ସଶକ୍ତିକରଣରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଛି । ଆଉ ଏଥିପାଇଁ ସେ ବେଶ ଉତ୍ସାହିତ ବି ଅଛନ୍ତି । ସେ କହିଛନ୍ତି, ମିଶନଶକ୍ତି ଦ୍ୱାରା ତାଙ୍କ ଜୀବନ ବହୁକ ଆଗକୁ ଯାଇଛି ।

କୋରାପୁଟ ଜିଲ୍ଲାର ଜ୍ୟୋତି ୨୦୦୨ରେ ସଦର ବ୍ଲକ ପଦ୍ମପୁର ପଂଚାୟତ ହାଟପଦାରେ ୧୦ ଜଣ ମହିଳାଙ୍କୁ ନେଇ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ନିଜେ ସଫଳ ହେବା ପରେ ନିଜ ପଂଚାୟତର ୨୧ଟି ୱାର୍ଡରେ ପ୍ରାୟ ୨୫୦ ସ୍ୱଂୟ ସହାୟକ ଦଳ ଗଠନ କରି ୩ ହଜାରରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ଏହା ସହ ବିଭିନ୍ନ ସରକାରୀ ଯୋଜନାର ଠିକ ରୁପାନ୍ତିକରଣ ପାଇଁ ସେ ମହିଳାଙ୍କୁ ସଚେତନ କରାଇ ଆସୁଛନ୍ତି । ମିଶନଶକ୍ତି ଦ୍ୱାରା ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଛନ୍ତି ଜ୍ୟୋତି ।

ମେ ୧୫ରେ ଜ୍ୟୋତି ଦୁଇଦିନ ପାଇଁ ଦୁବାଇ ଗସ୍ତରେ ଯିବେ । ଆଉ ସେଠାରେ ଯେଉଁ ଶିକ୍ଷା ପାଇବେ ତାହା କାମରେ ଲଗାଇବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।