ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ । ଏପ୍ରିଲ ୪ ସୁଦ୍ଧା କୋର୍ଟରେ ଆତ୍ମସମପର୍ଣ କରିପାରନ୍ତି ଟ୍ରମ୍ପ ।

202

କନକ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ରହିଛି ଆମେରିକା ରାଜନୀତି । କାରଣ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହସ ମନି ବା ମୁହଁ ବନ୍ଦ କରିବାକୁ ଦିଆଯାଇଥିବା ଲାଞ୍ଚ ଅଭିଯୋଗକୁ ନେଇ ଅପରାଧିକ ମାମଲା ଚାଲିବ । ସେପଟେ ଏପ୍ରିଲ ୪ ସୁଦ୍ଧା ଯଦି ଟ୍ରମ୍ପ ଆତ୍ମସମର୍ପଣ ନକରନ୍ତି ତେବେ କୌଣସି ସମୟରେ ତାଙ୍କୁ ଗିରଫ କରାଯାଇପାରେ ।

  • ଆମେରିକାର ଚର୍ଚ୍ଚିତ ‘ହସ୍ ମନି’ ମାମଲା
  • ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ
  • କରିପାରନ୍ତି ଆତ୍ମସମପର୍ଣ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା । ପର୍ଣ୍ଣଷ୍ଟାରଙ୍କୁ ଲାଞ୍ଚ ଦେବା ବା ହସମନି ମାମଲାରେ ଯଦି ଆତ୍ମସମପର୍ଣ ନକରନ୍ତି ତେବେ କୌଣସି ସମୟରେ ସେ ଗିରଫ ହୋଇପାରନ୍ତି । ସେପଟେ ଆମେରିକା ଗଣମାଧ୍ୟମରେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ଗିରଫଦାରୀକୁ ଏଡାଇବା ପାଇଁ ଟ୍ରମ୍ପ ଆତ୍ମସମପର୍ଣ କରିପାରନ୍ତି । ତେଣୁ ସୋମବାର ପ୍ଲୋଂରିଡାରୁ ବିମାନଯୋଗେ ନ୍ୟୁୟର୍କରେ ପହଞ୍ଚି ଟ୍ରମ୍ପ-ଟାୱାରରେ ରାତ୍ରୀଯାପନ କରିିବେ ବୋଲି ସୂଚନା ରହିଛି । ପରେ ମଙ୍ଗଳବାର ସକାଳେ ଟ୍ରମ୍ପ କୋର୍ଟରେ ପହଁଚିବେ ଆତ୍ମସମର୍ପଣ କରିବେ ବୋଲି କୁହାଯାଉଛି ।

ସେପଟେ ସ୍ଥିିତିକୁ ଦେଖି ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ କୋର୍ଟରେ ହାଜର ହେବା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରଦର୍ଶନ କରିବା ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ଅନେକବାର ସମର୍ଥକ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଟ୍ରମ୍ପ ଟାୱାରକୁ ନ୍ୟୁୟର୍କ ପୁଲିସ କଡ଼ା ସରକ୍ଷାବଳୟ ଭିତରେ ରଖିଛି । ମେନହଟନ କ୍ରିମିନାଲ କୋର୍ଟ ହାଉସପାଖ ମୁଖ୍ୟ ରାସ୍ତା ବନ୍ଦ କରିଦିଆଯାଇଛି । ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନକୁ ନେଇ ୟଙ୍ଗ ରପବ୍ଲିକାନ କ୍ଲବ ବିରୋଧ କରୁଛି । ତେଣୁ କ୍ଲବ ସଦସ୍ୟ ଓ ଟ୍ରମ୍ପଙ୍କ ସମର୍ଥକ ଜୋରଦାର ବିକ୍ଷୋଭ କରିବା ସମ୍ଭାବନା ରହିଛି ।

ଆଗକୁ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନ ଟ୍ରମ୍ପଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ହସମନି ମାମଲାରେ ଯଦି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବେ ତେବେ ତାଙ୍କ ରାଜନୀତି କ୍ୟାରିୟର ପାଇଁ ବଡ ଝଟକା ଲାଗିପାରେ । ଟ୍ରମ୍ପ ଯେଉଁ ମାମଲାରେ ଫସିଛନ୍ତି ସେହି ଘଟଣା ହେଉଛି ୨୦୧୬ ମସିହାର ଓ ମାମଲା ୧ ଲକ୍ଷ ୩୦ହଜାର ଡଲାର ଲାଞ୍ଚର । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ଜଣେ ପର୍ଣ୍ଣଷ୍ଟାର ଷ୍ଟ୍ରୋମି ଡାନିଏଲ ମୁହଁ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ । ଅନୈତିକ ସମ୍ପର୍କ ଲୁଚାଇବା ପାଇଁ ତାଙ୍କ ଲାଞ୍ଚ ଦେଇଥିଲେ ଡୋନାଲ୍ଟ ଟ୍ରମ୍ପ । ଯାହାକୁ ନେଇ ଏବେ ତାଙ୍କ ଉପରେ ଚାଲିବ ଅପରାଧିକ ମାମଲା ।