ନଦୀରେ ବୁଡି ଯୁବତୀ ନିଖୋଜ : ଘଟଣାସ୍ଥଳରେ ଅଗ୍ନିିଶମ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି

315

କନକ ବ୍ୟୁରୋ : ନଦୀରେ ବୁଡି ଯୁବତୀ ନିଖୋଜ । ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଛନ୍ତି ଯୁବତୀ । ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ଅଗ୍ନିିଶମ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଯୁବତୀଙ୍କୁ ଖୋଜିବାରେ ଲାଗିପଡିଛନ୍ତି । ସ୍ଥାନୀୟ ନିଆଳି ଗାଁର ସସ୍ମିତା ପରିଡା ଭାଉଜଙ୍କ ସହ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ପାଣି ଭିତରକୁ ଚାଲିଯାଇଥିଲେ । ଭାଉଜ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସସ୍ମିତାଙ୍କ ପତା ମିଳୁନଥିବା ବେଳେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।