ମଣିପୁର ମହିଳାଙ୍କୁ କେମିତି ଅନୁଭବ ହୋଇଥିବ? ଫ୍ଲାଇଂ କିସ ବିବାଦରେ ମହିଳା ଆଇଏଏସଙ୍କ ଟ୍ୱିଟ୍ ଭାଇରାଲ୍

3,844

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତଥା କଥିତ ଫ୍ଲାଇଂ କିସ୍ ବିବାଦ ବଢିବାରେ ଲାଗିଛି । ଏହି ବିବାଦ ମଧ୍ୟରେ ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ସେ ଟ୍ୱିଟ କରି ଲେଖିଛନ୍ତି, ମଣିପୁର ଭିଡିଓକୁ ଥରେ ବିଜେପିର ମହିଳା ସାଂସଦ ମନେ ପକାନ୍ତୁ ଯେଉଁମାନେ ଏଥିରେ ହସ୍ତାକ୍ଷର କରିଛନ୍ତି । ନିଜ ଟ୍ୱିଟରରେ ସେ ଲେଖିଛନ୍ତି ଥରେ ଭାବନ୍ତୁ ମଣିପୁରରେ ସେହି ମହିଳାଙ୍କ କେମିତି ଅନୁଭବ ହୋଇଥିବ । ଏହି ମହିଳା ଆଇଏଏସ ଜଣଙ୍କ ହେଉଛନ୍ତି ଶୈଳବାଳା ମାର୍ଟିନ ।

ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ଉପରେ ଫ୍ଲାଇଂ କିସ୍ କରିବାର ଅଭିଯୋଗ କରିଥିଲେ । ଇରାନୀ କହିଥିଲେ ସଦନରୁ ବାହାରକୁ ଯିବା ବେଳେ କଂଗ୍ରେସ ନେତା ଫ୍ଲାଇଂ କିସର ଇସାରା ଦେଇଥିଲେ । ଏହା ପରେ ଅଭିଯୋଗ ପ୍ରତିଅଭିଯୋଗର ପର୍ବ ଆରମ୍ଭ ହୋଇଯାଇଥିଲା । ଅନେକ ମହିଳା ସାଂସଦ ଏହାକୁ ନେଇ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ।
ଶୈଳବାଳା ମାର୍ଟିନ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ । ବର୍ତ୍ତମାନ ସେ ଭୋପାଳର ରାଜ୍ୟ ସଚିବାଳୟରେ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ଅଛନ୍ତି ।