ଟାଙ୍ଗୀ ବେଆଇନ୍ ଡମ୍ପିଂୟାର୍ଡ଼ ଉପରେ ମାଇନିଂ ବିଭାଗର ଚଢଉ। କ୍ରୋମାଇଟ୍, ଅଷ୍ଟ୍ରେଲିଆନ୍ କୋକ୍, ହାର୍ଡ କୋକ୍ ଭଳି ମୁଲ୍ୟବାନ୍ ପଦାର୍ଥ ଜବତ ।

78

କନକ ବ୍ୟୁରୋ: କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ତରଡ଼ଗଡ଼ା ନିକଟରେ ଥିବା ବେଆଇନ୍ ଡମ୍ପିଂୟାର୍ଡ଼ ଉପରେ ମାଇନିଂ ବିଭାଗର ଚଢାଉ । କ୍ରୋମାଇଟ୍, ଅଷ୍ଟ୍ରେଲିଆନ୍ କୋକ୍, ହାର୍ଡ କୋକ୍ ଭଳି ବହୁ ମୁଲ୍ୟବାନ୍ ପଦାର୍ଥ ଏହି ଡମ୍ପିଂ ମଧ୍ୟରୁ ଜବତ କରିଛି ଟାଙ୍ଗୀ ପୋଲିସ ଓ ମାଇନିଂ ବିଭାଗ । ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୪୦ରୁ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ଚଢଉ ବେଳେ ପାଖାପାଖି ୩ଶହ ଟନ୍ର ବେଆଇନ୍ ଖଣିଜ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ହରିଅନ୍ତା ପଞ୍ଚ।।ୟତ ତରତ ଗାଁରେ ଥିବା ବନ୍ଦ ବାଉଣ୍ଡ୍ରି ଭିତରେ ଏହି ବେଆଇନ୍ କାର୍ଯ୍ୟ ଚାଲୁରହିଥିଲା । ବିଶେଷ ସୁତ୍ରରୁ ଖବରପାଇ ମାଇନିଂ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ପ୍ଲଟ ଉପରେ ଚଢଉ କରିଥିଲା । ଚଢଉ ସମୟରେ କାର୍ଯ୍ୟରତ ଶ୍ରମିକ ଓ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଦୀର୍ଘ ଦିନ ହେଲା ଏହି ଜାଗାରେ ମାଫିଆ ମାନେ ବେଆଇନ କାର୍ଯ୍ୟରେ ଲିପ୍ତ ରହି ଦୈନିକ ଲକ୍ଷାଧିକ ଟଙ୍କାର ମୁନାଫା କମାଉଥିଲେ । ହେଲେ ଟାଙ୍ଗୀ ଥାନାରୁ ମାତ୍ର ୨ କିଲୋମିଟର ଦୂରତାରେ ଏତେ ବଡ଼ କାମ କେମିତି ହେଉଥିଲା ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।