ପୁରୀ ଜିଲ୍ଲାରେ ଗୋଚର ପାଲଟିଛି ଗ୍ରାମୀଣ ପାର୍କ। ନିର୍ମାଣ ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ।

89

କନକ ବ୍ୟୁରୋ: ଗୋଚର ପାଲଟିଛି ବର୍ଷେ ତଳେ ତିଆରି ହୋଇଥିବା ଗ୍ରାମୀଣ ପାର୍କା ଏବେ ଛେଳିମେଣ୍ଢାଙ୍କ କବ୍ଜାରେ ପିଲାଙ୍କ ମନୋରଞ୍ଜନ ପାଇଁ ତିଆରି ହୋଇଥିବା ଗ୍ରାମୀଣ ପାର୍କ । ସରକାର ଗାଁରୁ ସହର ଯାଏଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରୁଛନ୍ତି । ହେଲେ ଏହି ଚିତ୍ର ଦେଖିଲେ ଲାଗୁଛି ପାର୍କ ଠିକ୍ ଭାବେ କାମରେ ଆସୁନାହିଁ । ପିଲାମାନଙ୍କ ମାନଙ୍କ ପାଇଁ ହୋଇଥିବା ଏହି ପାର୍କ ଛେଳି ମେଣ୍ଢାଙ୍କ ବ୍ୟବହାର ଉପଯୋଗୀ ହୋଇଛି । ଏ ଚିତ୍ର ହେଉଛି ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତର ଆରିହଁ ରୁରାଲ ପାର୍କର ଦୃଶ୍ୟ । ଆଖପାଖ ଅଞ୍ଜଳର ୬ହଜାର ଲୋକଙ୍କ ପାଇଁ ପାର୍କଟି ନିର୍ମାଣ ହୋଇଛି । ହେଲେ ଏହି ପାର୍କ ଏବେ ଛେଳି ମେଣ୍ଢାଙ୍କ ଚରାଭୂଇଁ ପାଲଟିଛି । ପାର୍କଟି ପିଲାମାନଙ୍କ ପାଇଁ ହୋଇଥିଲେ ମଧ୍ୟ ପିଲାଙ୍କ ପାଇଁ କୌଣସି ସୁବିଧା ହୋଇନାହିଁ । ଅନାବନା ଜଙ୍ଗଲରେ ଭର୍ତ୍ତି ହୋଇଛି ପାର୍କ । କେବଳ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରକଳା ହୋଇଛି । ସରକାରୀ ବାବୁ, ରାଜନେତା ଓ କଂଟ୍ରାକ୍ଟରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷାଧିକ ଟଙ୍କା ଅତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।