ପ୍ରେମିକା ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା। ତଦନ୍ତ ଚଳାଇଛି ପୋଲିସ। 

281

କନକ ବ୍ୟୁରୋ: ପ୍ରେମିକା ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା । ପ୍ରେମିକାକୁ ଦେଖା କରି ନପାରି ବିଷ ପିଇଦେଲା ପ୍ରେମିକ । ମୟୂରଭଂଜ ଜିଲ୍ଲା କରଂଜିଆ ଥାନା ଅଞ୍ଚଳରେ ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଯୁବକ ଜଣଙ୍କ ଗତକାଲି ସନ୍ଧ୍ୟାରେ ପ୍ରେମିକାକୁ ଦେଖାକରିବାକୁ ଆସିଥିଲେ । ପ୍ରେମିକାଙ୍କ ପରିବାର ଲୋକ ଏଥିରେ ବାରଣ କରିଥିଲେ । ଝିଅ ସହ ଦେଖା କରିବାକୁ ଦେଇନଥିଲେ । ଯୁବକ ଜଣଙ୍କ ଝିଅର ଘର ଆଗରେ ବେଶ କିଛି ଘଣ୍ଟା ଅପେକ୍ଷା କରିବା ପରେ ଫିନାଇଲ୍ ଓ ବିଷ ପିଇ ଦେଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ମୃତ ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କରଞ୍ଜିଆ ବହଳଗୁଡା ଅଞ୍ଚଳର ସାହିଲ ନାମକ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଦୁହେଁ ଦୁହିଁକୁ ପ୍ରେମ କରୁଥିବା ବେଳେ ପରିବାର ଲୋକ ଏଥିରେ ବାଧା ଦେଉଥିଲେ । ଗତକାଲି ସାହିଲ, ପ୍ରେମିକାଙ୍କୁ ଦେଖା କରିବା ତାଙ୍କ ଘର ପାଖକୁ ଆସିଥିଲେ । ହେଲେ ଝିଅର ପରିବାର ଲୋକେ ଏହାକୁ ବାରଣ କରିବାରୁ ପ୍ରେମିକା ସହ ଦେଖା କରିପାରିନଥିଲେ ସାହିଲ । ତେଣୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ କରଂଜିଆ ପୁଲିସ ଘଟଣାର ସତ ଖୋଜୁଛି । ଯୁବକ ଜଣଙ୍କ ପ୍ରକୃତରେ କାହିିଁକି ଆତ୍ମହତ୍ୟା କଲେ, କେଉଁ ପରିସ୍ଥିତିରେ ସେ ବିଷ ପିଇଲେ ତାହା ତଦନ୍ତ ପରେ ଜଣାପଡିବ ।