୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ । ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଲେ ମିନାକ୍ଷୀ ବାହିନୀପତି ।

236

କନକ ବ୍ୟୁରୋ: ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । କନ୍ଦଳ ଭିତରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ବାଦ୍ ପଡିଛନ୍ତି ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁର୍ଗା ଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯାଇଛି ।

ଜିଲ୍ଲା ସଭାପତି ପଦ ନେଇ ଦୀର୍ଘ ଦିନ ଧରି ବାହିନୀପତି ଓ ଉଲାକା ଗୋଷ୍ଠୀ ମଧ୍ୟରେ ଲାଗିରହିଥିଲା ବିବାଦ । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥକ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମର୍ଥକଙ୍କ ମଧ୍ୟରେ ଲାଗିରହିଥିବା ବିବାଦ । ବାହିନୀପତି ଓ ତାଙ୍କ ସମର୍ଥକ ପିସିସି ସଭାପତିଙ୍କୁ ଭେଟି ମୀନାକ୍ଷି ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରେ କାଏମ ରଖିବାକୁ ଅନୁରୋଧ କରିଥିଲେ । ଏହା ପରେ ଏହାକୁ କାଉଣ୍ଟର କରିବାକୁ କଂଗ୍ରେସ ଭବନ ପହଞ୍ଚିଥିଲେ ସାଂସଦ ସପ୍ତଗିରିଙ୍କ ସମର୍ଥକ । ପିସିସି ସଭାପତି ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ଏଡାଇଯାଇଥିଲେ । କିଏ ଜିଲ୍ଲା ସଭାପତି ହେବେ ତାର ନିଷ୍ପତି ଏଆଇସିସି ନେବ ବୋଲି କହିଥିଲେ ।