୧୩ ଶହ ଫୁଟ ଗଭୀରରୁ ମିଳିଲା ଶହଶହ ବର୍ଷ ତଳର ପୁରୁଣା ଜାହାଜ, ଗବେଷକ ହୋଇଗଲେ ଚକିତ

21,883

କନକ ବ୍ୟୁରୋ : ଏକ ଦୀପ ମଧ୍ୟରୁ ଶହଶହ ବର୍ଷ ତଳର ପୁରୁଣା ଜାହାଜର ଭଗ୍ନାବଶେଷ ଉଦ୍ଧାର ହୋଇଛି । ଏତେ ବର୍ଷ ବିତି ଯାଇଥିଲେ ବି ଜାହାଜର ଅନେକ ଅଂଶ ଠିକ୍ ଥିବା ଦେଖିବାକୁ ମିଳିଛି । ଏହି ଜାହାଜ ଟି ନୌସେନାର ସବୁଠାରୁ ବଡଦୀପ ମିଓସାରୁ ଉଦ୍ଧାର ହୋଇଛି । ଜାହାଜର ଡିଜାଇନ ଓ ଭଗ୍ନାବଶେଷ ଦୀପ ଇତିହାସର ସାକ୍ଷୀ ବୋଲି କୁହାଯାଉଛି । ଅନୁମାନ କରାଯାଉଛି କି ଏହି ଜାହାଜ ୧୩୦୦ ରୁ ୧୮୦୦ ଶତାବ୍ଦୀ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା ।

ଅନୁସନ୍ଧାନକାରୀ ଦଳ ମିଶନ ମିଓସା ପ୍ରୋଜେକ୍ଟ କ୍ରମରେ ଏହାର ଅନୁସନ୍ଧାନ କରିଛନ୍ତି । ଏହି ଅଭିଯାନର ଉର୍ଦ୍ଦେଶ୍ୟ ହେଉଛି କି ୩୬୩ ବର୍ଗ କିଲୋମିଟର ଏହି ଦୀପ ମଧ୍ୟରେ ଲୁଚି ରହିଥିବା ରହସ୍ୟକୁ ଖୋଜିବା । ଏଥିପାଇଁ ସେମାନେ ରିଜ୍ୟୁଲେସନ ସୋନାର ଟେକ୍ନୋଲୋଜୀ ବ୍ୟବହାର କରୁଛନ୍ତି ।

ଦୁଇମାସ ଧରି ଏହି ଦୀପରୁ କିଛି ଆଶ୍ଚର୍ଯ୍ୟଜନକ ପଦାର୍ଥ ମିଳିବା ପରେ ନୌସେନାର ଅନୁସନ୍ଧାନ ପ୍ରତିଷ୍ଠାନ ଏହି ମିଶନ ଆରମ୍ଭ କରିଥିଲା । ନେଭି ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ ମୁତାବକ ଏହି ଦୀପ ହେଉଛି ପାନୀୟ ଜଳର ଏକ ବଡ ସ୍ରୋତ । ଏହି ଦୀପ ମାଧ୍ୟମରେ ଦେଶର ୧ ଲକ୍ଷ ଲୋକଙ୍କୁ ପିିଇବା ପାଣି ଯୋଗାଯାଉଛି ।

ଜାହାଜର ଭଗ୍ନାବଶେଷ ଏକ ସର୍ଭେ ବେଳେ ମିଳିଥିଲା । ନେଭି ୟୁନିଭରସିଟିର ବରିଷ୍ଠ ଅନୁସନ୍ଧାନକାରୀ ତଥା ମିଶନର ପ୍ରିନ୍ସପାଲ ଓୟବିନ୍ଦ ଓଗେଗାଡ କହିଛନ୍ତି କି, ଆମେ ଆଶା କରୁଥିଲୁ କି କିଛି ଭଗ୍ନାବଶେଷ ମିଳିବା ପରେ ଜାହଜଟି ମଳିଯିବ । ଏବେ ତାହା ସତ ହୋଇଛି । ଏହି ଜାହଜଟି ୧୩୦୦ ଫୁଟ୍ ତଳୁ ମିଳିଛି । ଏହି ଜାହାଜର ଲମ୍ବ ୩୫ ଫୁଟ ଥିବା ବେଳେ ଏହାର କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।