ମେଡ଼ିକାଲ କାଉନସେଲିଂ : ଆଜି ୮ଟି ସ୍ଥାନରେ ଖୋଲିବ ନୋଡ଼ାଲ ସେଂଟର

39

କନକ ବ୍ୟୁରୋ : ମେଡ଼ିକାଲ କାଉନସେଲିଂ ପାଇଁ ଆଜି ରାଜ୍ୟର ୮ଟି ସ୍ଥାନରେ ଖୋଲିବ ନୋଡ଼ାଲþ ସେଂଟରþ। ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏହି ନୋଡ଼ାଲ ସେଂଟର ଛାତ୍ରଛାତ୍ରୀଙ୍କ ଡକ୍ୟୁମେଂଟ୍ ଭେରିଫିକେସନ୍ କରାଯିବ। ଭୁବନେଶ୍ୱର ୫ଟି କେନ୍ଦ୍ର ସମେତ କଟକ, ରାଉରକେଲା ଏବଂ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ନୋଡାଲ ସେଂଟରରେ ଖୋଲିବ।

ଆଜିଠାରୁ ଆରମ୍ଭ ହେଉଥିବା ଏହି ଡକ୍ୟୁମେଂଟ୍ ଭେରିଫିକେସନ୍ ପ୍ରକ୍ରିୟା ଆସନ୍ତା ୨୯ ତାରିଖ ଯାଏଁ ଚାଲିବ। ଅଗଷ୍ଟ ୩୦ ଏବଂ ୩୧ ତାରିଖରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ସିଟ୍ ଆଲଟମେଂଟ୍ ହେବା ପରେ ସେପ୍ଟେମ୍ବର ୩ରୁ ୬ ଯାଏଁ ପ୍ରୋଭିଜିନାଲ ଆଡମିସନ୍ ହେବ।