ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା ! ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

106

କନକ ବ୍ୟୁରୋ : ପରୀକ୍ଷାର ଶେଷ ଦିନରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁର ରଶ୍ମିବାଳା ପାଇଲି ଆତ୍ମହତ୍ୟା କରିଛନ୍ତି । କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ଅସ୍ପଷ୍ଟ ରହିଛି । ହେଲେ ପରୀକ୍ଷା ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି । ଘର ଭିତରେ ରଶି ଲଗାଇ ଛାତ୍ରୀ ଜଣଙ୍କ ଝୁଲି ପଡିଥିଲେ । ପରେ ଜିଲ୍ଲା ଡାକ୍ତରଖାନାରେ ପରିବାର ଲୋକେ ତାଙ୍କୁ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।