ଧରାପଡ଼ୁନି ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ : ଆତ୍ମସମର୍ପଣ କଲା ଅମ୍ରିତପାଲର ଡ୍ରାଇଭର ଓ ପଡ଼ୋଶୀ, ପଞ୍ଜାବରେ ହାଇ ଆଲର୍ଟ

141

କନକ ବ୍ୟୁରୋ : ପଳାତକ ଘୋଷଣା କରାଯାଇଥିବା ଖଲିସ୍ତନୀ ନେତା ଅମ୍ରିତପାଲ ସିଂ ଗିରଫ ହୋଇଛନ୍ତି ନା ଖସି ଯାଇଛନ୍ତି ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ପ୍ରଥମେ ଅମ୍ରିତପାଲଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଥିଲା, ହେଲେ ପରେ ସେ ଖସି ଯାଇଥିବା କୁହାଯାଇଥିଲା । କିନ୍ତୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଦାବି କରିଛନ୍ତି ଅମ୍ରିତପାଲଙ୍କ ବାପା ।

ଅମ୍ରିତପାଲଙ୍କୁ ଧରିବା ପାଇଁ ପଞ୍ଜାବରେ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି ପୁଲିସ । ଏହି ଖାଲିସ୍ତାନୀ ନେତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି । ଅମ୍ରିତପାଲ ସିଂହର ସହଯୋଗୀମାନେ ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଛାଡ଼ୁଥିବାରୁ ଇଣ୍ଟରନେଟ୍ ଏବଂ ଏସଏସଏମ୍ ସେବାକୁ ବାତିଲ କରାଯାଇଛି । ଅମ୍ରିତପାଲଙ୍କ ସହଯୋଗୀଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

କେନ୍ଦ୍ରୀୟ ଗୁଇନ୍ଦାର ସୂଚନା ଅନୁସାରେ, ଅମ୍ରିତପାଲ ସିଂ, ପାକିସ୍ତାନ ଆଇଏସଆଇର ଏଜେଣ୍ଟ ଭଳି କାମ କରୁଥିଲେ । ପ୍ରଶାସନ ପକ୍ଷରୁ ଅମ୍ରିତପାଲ ସିଂଙ୍କୁ କାବୁ କରିବା ପାଇଁ ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଛି । ସବୁବେଳେ ଶସ୍ତ୍ରଧାରୀ ସମର୍ଥନଙ୍କୁ ଧରି ଯାତାୟାତ କରୁଥିବା ଅମ୍ରିତପାଲ ସିଂ, ଖାଲିସ୍ତାନ ଗଠନ ଦାବିରେ ଏକାଧିକ ଧର ହିଂସାତ୍ମକ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।