ଋଣ ନେଲା ୪ ଜୀବନ, ପ୍ରଥମେ ୨ ପୁଅଙ୍କୁ ବିଷ ଦେଇ ଫାଶିରେ ଝୁଲିପଡିଲେ ସ୍ୱାମୀ, ସ୍ତ୍ରୀ

17,438

କନକ ବ୍ୟୁରୋ: ଭୋପାଳରେ ଋଣ ନେଲା ପୁରା ପରିବାରର ଜୀବନ । ଋଣ ବୋଝ ସହିନପାରି ଅକାଳରେ ଚାଲିଗଲା ୪ ଜୀବନ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

 ସୂଚନା ମୁତାବକ, ଭୋପାଳ ରାତିବଡି ଥାନା କ୍ଷେତ୍ର ନିଲବଡ ଅଞ୍ଚଳରେ ରହୁଥିବା ଚନ୍ଦ୍ରପ୍ରକାଶ ପାଣ୍ଡେ ଏକ ଘରୋଇ ଇନସ୍ୟୁରାନ୍ସ କମ୍ପାନରେ କାମ କରୁଥିଲେ । କମ୍ପାନୀରେ କ୍ଷତି ଚାଲିଥିବାରୁ ଋଣ ନେଇଥିଲେ । ହେଲେ ଋଣ ଠିକ ସମୟରେ ସୁଝିନପାରିବାରୁ ମାନସିକ ବିଷାଦ ସହିପାରିନଥିଲେ  । ଫଳରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ୮ ବର୍ଷ ଓ ୩ ବର୍ଷର ଦୁଇ ପୁଅଙ୍କୁ ବିଷ ଦେବା ପରେ ଚନ୍ଦ୍ରପ୍ରକାଶ ଓ ତାଙ୍କ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

 ପୁଲିସ ପହଞ୍ଚି ସୁଇସାଇଡ୍ ନୋଟ୍ ଓ ସଲଫାସ୍ ବଟିକା ଜବତ କରିବା ସହ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।