୩ ଦିନ ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ : ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ମିଳିଲା ଲିଖିତ ପ୍ରତିଶ୍ରୁତି

156

କନକ ବ୍ୟୁରୋ : ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି । ବିଏମସି ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସୂଚନା ମିଳିଛି ।