ନିଲାମ ହେଲା ମରୀଚିକୁଣ୍ଡ ପାଣି : ୩୦ ହଜାର ଟଙ୍କାରେ ନିଲାମ ହେଲା ପ୍ରଥମ କଳସୀ

200

କନକ ବ୍ୟୁରୋ : ନିଲାମ ହେଲା ମରୀଚିକୁଣ୍ଡ ପାଣି । ରାତି ପ୍ରାୟ ୧୧ଟା ୫୦ରେ ମରୀଚିକୁଣ୍ଡ ପାଣି ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ପରମ୍ପରା ଅନୁସାରେ ପାଣି ନିଲାମ ହୋଇଥିଲା । ପ୍ରଥମ କଳସ ପାଣିକୁ ୩୦ ହଜାର ଟଙ୍କାରେ ଭୁବନେଶ୍ୱରର ମାଳତୀ ସୋରେନ୍ ନିଲାମ ଧରିଥିବା ବେଳେ ଦ୍ୱିତୀୟ କଳସକୁ ୧୬ ହଜାର ଟଙ୍କାରେ ଭୁବନେଶ୍ୱର ମାଳତୀ ସୋରେନ୍ ଧରିଥିଲେ । ସେହିପରି ତୃତୀୟ କଳସ ଅନୁଗୁଳର ଅଞ୍ଜଳି ପ୍ରଧାନ ୮ ହଜାର ଟଙ୍କାରେ ନିଲାମ ଧରିଥିଲେ । ବିଧି ଅନୁସାରେ ବଡୁ ନିଯୋଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ ଶେଷ କରାଯାଇଥିଲା ।