ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ନୂଆ ମନ୍ତ୍ରୀମଣ୍ଡଳରେ ୫ଜଣ ନୂଆ ଚେହେରାଙ୍କୁ ମିଳିଲା ମୌକା

51

କନକ ବ୍ୟୁରୋ : ପୁଣି ଥରେ ମାଣିକ ସାହାଙ୍କ ହାତକୁ ଆସିଲା ତ୍ରିପୁରା ଶାସନ । ୨ୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହ । ହୋଲି ମୌକାରେ ସେ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପଦ ଓ ଗୋପନୀୟତାର ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରାଇଛନ୍ତି । ମାଣିକ ସାହାଙ୍କ ସମେତ ୮ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ।ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ଅରୁଣାଚଳପ୍ରଦେଶ, ମଣିପୁର, ସିକିମ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଅଗରତାଲାର ବିବେକାନନ୍ଦ ଷ୍ଟାଡିୟମରେ ଶପଥପାଠ ଉତ୍ସବ ଆୟୋଜିତ ହୋଇଥିଲା । ପୁରୁଣା ସରକାରରେ ଥିବା ୪ଜଣଙ୍କୁ ମନ୍ତ୍ରୀପଦ ମିଳିଥିବାବେଳେ ଆଉ ୫ଜଣ ନୂଆ ଚେହେରା ସାମିଲ ହୋଇଛନ୍ତି । ୨୦୨୨ ମସିହାରେ ବିପ୍ଲବ ଦେବଙ୍କୁ ହଟାଇ ଦଳ ହଠାତ ମାଣିକ ସାହାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲେ ।