କେନ୍ଦ୍ର ସରକାରଙ୍କ ଉପରେ ଆମ ଆଦମୀ ପାର୍ଟିର ଅଭିଯୋଗ । ଦଳ କହିଲା, ମନିଷ ସିସୋଦିଆଙ୍କ ହତ୍ୟା ପାଇଁ ଜେଲରେ ଚାଲିଛି ଷଡଯନ୍ତ୍ର

79

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲା ଆମ ଆଦମୀ ପାର୍ଟି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମନିଷ ସିସୋଦିଆଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ରଖାଯାଇ ହତ୍ୟା ଷଡଯନ୍ତ୍ର କରାଯାଉଥିବା ଆପ୍ ଅଭିଯୋଗ କରିଛି । ତେଣୁ ତାଙ୍କୁ ତିହାଡର ଏକ ନମ୍ବର ଜେଲରେ ରଖାଯାଇଛି । ମନିଷଙ୍କ ମାମଲାରେ ତାଙ୍କୁ ଜେଲ ୧ରେ ରଖିବା ନିୟମ ନୁହେଁ ବୋଲି ଦଳ କହିଛି । ଏହି ନମ୍ବର ଜେଲରେ କେବଳ ଦୁର୍ଦ୍ଦାନ୍ତ ଅପରାଧୀ ରହିବା ନିମୟ ରହିଛି । ଏଭଳି କରି ସିସୋଦିଆଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଆପ କହିଛି ବିଜେପି ଆମର ରାଜନୈତିକ ପ୍ରତିଦ୍ୱନ୍ଦୀ ଅଟେ କିନ୍ତୁ ଏଭଳି ଶତ୍ରୁତା ଆଚରଣ ଉଚିତ ନୁହେଁ । ବିଜେପି ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ହରାଇପାରିବନି ।
ଏହି ସବୁ ମାମଲାରେ ପ୍ରଧାନମନ୍ତ୍ରୀ କଣ ପାଇଁ ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛି ଆପ । ବିଜେପି ସରକାର ରାଜନୈତିକ ହତ୍ୟା କରୁଥିବା ଆପ ଅଭିଯୋଗ କରିଛି ।