ସନ୍ଦେହ ନେଲା ଶିଶୁପୁତ୍ର ଜୀବନ ! ମା’ ଅନ୍ୟ ପୁରୁଷ ସହ ପଳାଇଥିବା ଭାବି ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା

1,286

କନକ ବ୍ୟୁରୋ : ଶିଶୁପୁତ୍ରକୁ ମାରି ଟାଙ୍ଗି ଦେଲା ପିଶାଚ ବାପା । ପାରିବାରିକ କଳହ ଯୋଗୁଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଉରକେଲା ଶୀତଳପଡ଼ା ଅଞ୍ଚଳରେ । ପାରିପାରିକ କଳହ ଯୋଗୁଁ ପତ୍ନୀ ଘର ଛାଡି ପଳାଇଥିଲେ । ପତ୍ନୀଙ୍କ ଉପରେ ଥିବା ରାଗ ପାଇଁ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାପା ରାଜୁ ଲାକ୍ରାକୁ ଅଟକ ରଖିଛି ପୋଲିସ । କାରଣ ଜଣାପଡି ନଥିଲେ ମଧ୍ୟ ଘରୋଇ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପତ୍ନୀ ଘରୁ ଛାଡ଼ି ପଳାଇବାରୁ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।