ବଣ୍ଡାଘାଟିର ପାଠୁଆ ଝିଅ : ବିକାଶଠାରୁ ବହୁ ଦୂରରେ ଥିବା ଗାଁରୁ ବାହାରି ପାଠପଢି ଜିଲ୍ଲା ଟପ୍ପର; ରମାଦେବୀରେ ପଢୁଛନ୍ତି ଯୁକ୍ତତିନି

113

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି । ଏବେ ମଧ୍ୟ ବିକାଶଠାରୁ ବହୁ ଦୂରରେ । କିନ୍ତୁ ଏଠିକାର ଛାତ୍ରୀ ଏବେ ରାଜଧାନୀରେ ପାଠ ପଢୁଛନ୍ତି । ମାଲକାନଗିରି ମୁଦୁଲିପଡା ପଡେଇଗୁଡା ଗାଁର ଝିଅ କରମା ମୁଦୁଲି ଏବେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ । ଯୁକ୍ତ ଦୁଇ ପରୀକ୍ଷାରେ କରମା ମୁଦୁଲୀ ୮୨.୬୬ ପ୍ରତିଶତ ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଥିଲେ । ମାଲକାନଗିରି ଜିଲ୍ଲାର ଟପ୍ପର ହୋଇଥିବା କରମା ମୁଦୁଲି ଏବେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ।

ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ପରି କର୍ମାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନୁହେଁ । ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ କରିବା ଆରମ୍ଭ ପରେ ପରେ ବଦଳିଛି ଏଠିକାର ସ୍ଥିତି । ଟପ୍ପର ହୋଇଥିଲେ ମଧ୍ୟ କର୍ମା ମୁଦୁଲି ଜିଲ୍ଲା ବାହାରକୁ ଯାଇ ପ୍ଲସ ତିନି ପାଠ ପଢିବା ଅସମ୍ଭବ ଥିଲା । ଏହାର ପ୍ରମୁଖ କାରଣ ଥିଲା ପରିବାରର ଆର୍ଥିକ ସମସ୍ୟା। ଆଉ ଜିଲ୍ଲା ପ୍ରଶାସନ କରମାଙ୍କ ପାଠ ପଢିବା ପାଇଁ ଉପୁଜିଥିବା ସମସ୍ୟା ଉପରେ ଅବଗତ ହୋଇଥିଲା ।

ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାଇବାରୁ କରମା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ । ଆଉ ତାଙ୍କ ନାମଲେଖାଠୁ ଆରମ୍ଭ କରି ପାଠ ପଢା ଖର୍ଚ୍ଚ ଭାରର ଦାୟିତ୍ୱ ନେଇଛନ୍ତି ରାଜଧାନୀ ସ୍ଥିତ ମାଇରା ଚାରିଟେବୁଲ ଟ୍ରଷ୍ଟ । କରମା ଏବେ ରମାଦେବୀର ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ।