କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ, ସୋନିଆ-ମନମୋହନ ଦେଲେ ଭୋଟ।

68

କନକ ବ୍ୟୁରୋ: ୨୨ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୧୦ଟାରୁ ଭୋଟିଂ ଆରମ୍ଭ ହୋଇସାରିଛି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ କାର୍ଯ୍ୟକାରୀ କମିଟିର ୭୫ ସଦସ୍ୟ ଏଆଇସିସି ମୁଖ୍ୟାଳୟରେ ଭୋଟଦେଉଛନ୍ତି । ୨୮୦ ପ୍ରତିନିଧି ଦିଲ୍ଲୀ କଂଗ୍ରେସ ପ୍ରଦେଶ କାର୍ଯ୍ୟାଳୟରେ ଭୋଟ ଦେବେ । କଂଗ୍ରେସର ଅନେକ ବରିଷ୍ଠ ନେତା ଭାରତ ଯୋଡୋ ଯାତ୍ରାରେ ସାମିଲ ରହିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ଭୋଟିଂର ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ନିଜ ଭୋଟ ସେଠାରେ ଦେବେ । ଟ୍ରକ କଣ୍ଟେନରରେ ହିଁ ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି ।

ସାରା ଦେଶରେ ପ୍ରଦେଶ କଂଗ୍ରେସର ୯ ହଜାରରୁ ଅଧିକ ପ୍ରତିନିଧି ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ୬୫ ମତଦାନ କେନ୍ଦ୍ରରେ ଗୁପ୍ତ ମତଦାନ କରୁଛନ୍ତି । ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଗାନ୍ଧୀ ପରିବାର ସହ ନିକଟତର ହୋଇଥିବା କାରଣରୁ ମଲ୍ଲିକାର୍ଜୁନ ଖଡଗେଙ୍କୁ ସବୁଠାରୁ ଅଧିକ ପସନ୍ଦର ପ୍ରାର୍ଥୀ ଭାବେ ଉଭାହୋଇଛନ୍ତି । ସେହିଭଳି ଥରୁର ନିଜକୁ ପରିବର୍ତ୍ତନ ପାଇଁ ପ୍ରାର୍ଥୀ ହୋଇଥିବା ଦର୍ଶାଇଛନ୍ତି ।