ଶୁଭମ ଏଣ୍ଟରପ୍ରାଇଜେସର ମହିନ୍ଦ୍ରା ଟ୍ରାକ୍ଟର ସୋରୁମ୍ ଉଦଘାଟିତ। ରେମୁଣାରେ ଉଦଘାଟନ ହେଲା ସୋରୁମ୍।

51

କନକ ବ୍ୟୁରୋ: ରେମୁଣାରେ ଉଦଘାଟିତ ହୋଇଛି ମହିନ୍ଦ୍ରା ଟ୍ରାକ୍ଟର ସୋରୁମ୍ । ଶୁଭମ ଏଣ୍ଟରପ୍ରାଇଜେସର ଏହି ସୋ ରୁମ୍ ଉଦଘାଟିତ ହୋଇଛି । ରେମୁଣା ଗଣେଶ୍ୱର ସ୍ଥିତ ବାମପଦା ଏମସ ହସପିଟାଲ ସମ୍ମୁଖରେ ମହିନ୍ଦ୍ରା କମ୍ପାନୀର ଟ୍ରାକ୍ଟର ସୋରୁମ ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜନ ଦଳବେହେରା, ମୋଟର ଭେଇକିଲ ନିରୀକ୍ଷକ ବିଶ୍ୱଜିତ ଦାଶ, କମ୍ପାନୀ ଡିଜିଏମ ଡିସି କଦମ ଯୋଗ ଦଇ ସୋରୁମକୁ ଉଦଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏସବିଆଇର ମୁଖ୍ୟପରିଚାଳକ ଶ୍ରୀନିବାସ ସେଠୀ, ସାଧାରଣ ପରିଚାଳକ ଜ୍ୟୋତି ଶଙ୍କର ମିଶ୍ର, ବ୍ୟାଙ୍କ ପରିଚାଳକ ପ୍ରଦୀପ ମହାନ୍ତି, ଶାଖା ପରିଚାଳକ ସବ୍ୟସାଚୀ ମହାପାତ୍ର, ଶିଳ୍ପାଞ୍ଚଳ ଆଇଆଇସି ଶଲଖାନ ମୁର୍ମୁ, ସମାଜସେବୀ ଯାଦବେଶ ମିଶ୍ର, କମ୍ପାନୀର ସର୍ଭିସ ମୁଖ୍ୟ ସଞ୍ଜୟ ତ୍ରିପାଠୀ, ଟିଏମ୍ ମହିନ୍ଦ୍ରାର ଶଶାଙ୍କ ସାକ୍ସେନା ଯୋଗଦେଇ କମ୍ପାନୀ ସକାରତ୍ମକଦିଗ ସମ୍ପର୍କରେ ଚାଷୀମାନଙ୍କୁ କହିଥିଲେ । ଶେଷରେ ଶୁଭମ ଏଣ୍ଟରପ୍ରାଇଜେସର ନିର୍ଦ୍ଦେଶକ ଅନୁପ କୁମାର ମିଶ୍ର ବକ୍ତବ୍ୟ ପ୍ରଦାନ କରି କୃଷକଭାଇମାନଙ୍କୁ ସର୍ବୋତ୍ତମ ୨୪ଘଣ୍ଟିଆ ସେବା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।