ଅର୍ପିତା ମୁଖାର୍ଜୀଙ୍କ ଓଲିଉଡ ଲିଙ୍କକୁ ନେଇ ବଢ଼ିଲା ଚର୍ଚ୍ଚା । ଅଭିନେତ୍ରୀ ଗୁନଗୁନଙ୍କ ସହିତ ପରିଚିତ ଥିଲେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ।

335

କନକ ବ୍ୟୁରୋ: ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଘରୁ ମିଳୁଛି ପୁଳା ପୁଳା ଟଙ୍କା । ଆଉ ଏପଟେ ଅଭିନେତ୍ରୀଙ୍କ ଓଡିଶା କନେକ୍ସନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଓଲିଉଡ୍ ଅଭିନେତ୍ରୀ ଗୁନଗୁନ ଓ ଅର୍ପିତାଙ୍କ ମଧ୍ୟରେ ଥିଲା ବେଶ ଭଲ ବନ୍ଧୁତା । ଦୁହିଁଙ୍କ ଏକାଠି ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି । ଏପରିକି ଗୁନଗୁନ କଲିକତା ଗଲେ ଅର୍ପିତାଙ୍କ ଘରେ ରହିଥାନ୍ତି । ଇଡିର ରେଡ୍ ପରେ ଅର୍ପିତାଙ୍କ ସହ ବନ୍ଧୁତାକୁ ନେଇ ସଫେଇ ରଖିଛନ୍ତି ଓଡିଆ ଅଭିନେତ୍ରୀ ଗୁନଗୁନ ।

ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଚର୍ଚ୍ଚାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଭୂମିକା । ତାଙ୍କର ବିଭିନ୍ନ ଆପାର୍ଟମେଣ୍ଟରୁ ୫୦ କୋଟିରୁ ଅଧିକ ନଗଦ ମିଳିବା ପରେ ତାଙ୍କର ଓଡିଶା ଲିଙ୍କକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଓଲିଉଡର ଷ୍ଟାରଙ୍କ ସହ ତାଙ୍କର ସମ୍ପର୍କ ଥିଲା ।

  • ଅର୍ପିତାଙ୍କ ଓଡିଶା କନେକ୍ସନ
  • ଗୁନଗୁନଙ୍କ ସହ ପରିଚିତ ଥିଲେ ପାର୍ଥଙ୍କ ସହଯୋଗୀ

ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଭିନେତ୍ରୀଙ୍କ ଘରୁ ଏତେ ଟଙ୍କା ଆସିଲା କୁଆଡୁ । ଏହାରି ଭିତରେ ଅର୍ପିତାଙ୍କ ଓଲିଉଡ ଲିଙ୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅର୍ପିତା ଅନେକ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ । ଅଭିନେତ୍ରୀ ଗୁନଗୁନଙ୍କ ସହିତ ବେଶ ଭଲଭାବେ ପରିଚିତ ଥିଲେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ । ୨୦୧୯ରେ ଏ ନେଇ ଗୁନଗୁନ ଫେସବୁକରେ ଅନେକ ଫଟୋ ବି ସେୟାର କରିଛନ୍ତି । ଆଉ ଏଥିରୁ ଯାହା ଜଣାପଡୁଛି ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଥିଲା । ଏପରିକି ଗୁନଗୁନ କୋଲକାତା ଯାଇ ଅର୍ପିତାଙ୍କ ସହ ବୁଲିଥିଲେ । ଅର୍ପିତାଙ୍କ ଆତିଥେୟତାକୁ ମଧ୍ୟ ପ୍ରଂଶସା କରିଥିଲେ । ତେବେ ଏହାକୁ ନେଇ ସଫେଇ ରଖିଛନ୍ତି ଅଭିନେତ୍ରୀ ଗୁନଗୁନ । କନକ ନ୍ୟୁଜରେ ପ୍ରତିକ୍ରିୟା ରଖି ଗୁନଗୁନ କହିଛନ୍ତି ଅର୍ପିତା କେବଳ ତାଙ୍କର ଜଣେ ବନ୍ଧୁ ।

ଯେହେତୁ ଓଲିଉଡରେ ଅର୍ପିତା ଅନେକ ବର୍ଷ ଧରି ସକ୍ରିୟ ଥିଲେ ତେଣୁ କେଉଁ ଓଡିଆ କଳାକାରଙ୍କ ସହ ସମ୍ପର୍କ ଅଛି. ସେ ନେଇ ଉଠିଛି ପ୍ରଶ୍ନ । କେବଳ ଗୁନଗୁନଙ୍କ ସହ ତାଙ୍କର ବନ୍ଧୁତା ଥିଲା ନା ଆଉ କିଏ ବି ଅଛନ୍ତି ?

  • କୋଲକାତା ଗଲେ ଅର୍ପିତାଙ୍କ ଘରେ ରହୁଥିଲେ ଗୁନଗୁନ
  • ଅର୍ପିତାଙ୍କ ବ୍ୟକ୍ତିଗତ ଜୀବନ ନେଇ କିଛି ଜାଣିଥିଲେ କି?

ଗୁନଗୁନଙ୍କ କହିବା କଥା ହେଲା. କାମକୁ ନେଇ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଅର୍ପିତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ବି ଜାଣନ୍ତି ନାହିଁ ବୋଲି ସଫେଇ ଦେଇଛନ୍ତି ଗୁନଗୁନ । ଗୁନଗୁନ କଲିକତା ଗଲେ ଅର୍ପିତାଙ୍କ ସହ ତାଙ୍କ ଘରେ ରହିଥାନ୍ତି । ଏବେ ଯେଉଁ ଘର ଉପରେ ଇଡିର ରେଡ୍ ଚାଲୁଛି । ଆଉ ଯେଉଁଠି କୋଟି କୋଟି ଟଙ୍କା ମିଳୁଛି ଏ ବିଷୟରେ ଗୁନଗୁନ କିଛି ବି ଜାଣି ନଥିବା କହିଛନ୍ତି ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତାଙ୍କ କଳା କାରନାମାର ଗୁମର ଧିରେ ଧିରେ ସାମ୍ନାକୁ ଆସୁଛି । ଏଠାରେ ପ୍ରଶ୍ନ ଉଠୁଛି…

-ଭୁବନେଶ୍ୱରରେ ଅର୍ପିତାଙ୍କ ଆପାର୍ଟମେଣ୍ଟ ରହିଛି କି ?
-ଅର୍ପିତାଙ୍କ ଟଙ୍କା ଭୁବନେଶ୍ୱରରେ ଲାଗିଛି କି?
– କେଉଁ ଓଡିଆ କଳକାର ଅର୍ପିତାଙ୍କ ସହ ସାମିଲ ଅଛନ୍ତି?
-ଇଡି ସ୍କାନରରେ ଓଡିଶାର ଅଭିନେତା, ଅଭିନେତ୍ରୀ ଆସିବେ କି?