ମାର୍ଗଶିର ଗୁରୁବାରରେ ଶ୍ରୀହୀନ ମହାଲକ୍ଷ୍ମୀ ! ଶ୍ରୀମନ୍ଦିରରେ ବିନା ମୁକୁଟରେ ପୂଜା ପାଇଲେ ଅନ୍ନଦାତ୍ରୀ

45

କନକ ବ୍ୟୁରୋ : ମାର୍ଗଶିର ଗୁରୁବାରରେ ଶ୍ରୀହୀନ ହେଲେ ମହାଲକ୍ଷ୍ମୀ । ବିନା ମୁକୁଟରେ ପୂଜା ପାଇଲେ ଅନ୍ନଦାତ୍ରୀ । ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଅବହେଳା ଅଭିଯୋଗ । ଆଜି ମା’ଙ୍କ ସୁନାବେଶ କିନ୍ତୁ ମାଙ୍କ ମସ୍ତକରେ ସ୍ୱର୍ଣ୍ଣ ମୁକୁଟ ନାହିଁ । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

୨୦୧୬ରୁ କିରିଟି ଭାଙ୍ଗିଯାଇଥିବା ବେଳେ ତାକୁ ୨ ମାସ ତଳେ କଢାଯାଇ ଜଉ ଲଗାଇ ରଖାଯାଇଛି । ହେଲେ ତାହା ଭଙ୍ଗାହୋଇଥିବାରୁ ଲଗାଯାଇନାହିଁ । ସେପଟେ ପୂର୍ବରୁ ମଧ୍ୟ ମାଙ୍କ ମନ୍ଦିରର ପାଳିଆ ସେବାୟତ କିରିଟିକୁ ନେଇ ନିଜ ପାଖରେ ରଖୁଥିଲେ । ଆଉ ତାହା ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ନଜଣାଇ କାଢିଦେଇଛନ୍ତି ।

ତା ପରେ ମନ୍ଦିର ପ୍ରଶାସନକୁ ଚିଠି ଲେଖିବା ପରେ କିରିଟିକୁ ଜଉମୁଦ ଦିଆଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରରେ ରଖିଛି । ତେବେ ଏହି କିରିଟିର ମାଲିକାନାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଚାଲିଥିବା ବେଳେ ଆଜିର ଦିନରେ ମା’ଙ୍କ ମସ୍ତକ ଖାଲି ଦେଖି ଭକ୍ତ ମାନେ ଦୁଃଖ ପ୍ରକାଶ କରିଛନ୍ତି ।