ସଲମାନ ଖାନ୍ ଆଗ୍ରା ବିଶ୍ୱବିଦ୍ୟାଳୟରୁ ପାସ୍ କଲେ ବି.ଏ ! ସୋସିଆଲ୍ ମିଡିଆରେ ରେଜଲ୍ଟ ଭାଇରାଲ୍

40

ସୋସିଆଲ୍ ମିଡିଆରେ ଏକ ରେଜଲ୍ଟ ଭାଇରାଲ୍ ହୋଇଛି । ଯେଉଁଥି ପାଇଁ ସଲମାନ୍ ଖାନ୍ ଏହି ବର୍ଷ ଆଲିଗଡର ଏକ କଲେଜରୁ ୩୫ ପ୍ରତିଶତ ନମ୍ବର ରଖି ବି.ଏ ଫର୍ଷ୍ଟ ଇୟର ପାସ୍ କରିଛନ୍ତି । ପ୍ରକୃତରେ ଆଗ୍ରାର ଭୀମରାଓ ଆମ୍ବେଦକର ୟୁନିଭର୍ସିଟି ଏକ ରେଜଲ୍ଟ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟର ଅବହେଳା ଯୋଗୁଁ ରେଜଲ୍ଟରେ ଯାଭେଦ ଖାନ୍ ନାମକ ଛାତ୍ର ସ୍ଥାନରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଫଟୋ ଛପା ହୋଇଛି ।

ବିିଶ୍ୱବିଦ୍ୟାଳୟ ୨୦୧୭ ନଭେମ୍ବରରେ ଏହି ରେଜଲ୍ଟ ଜାରି କରିଛନ୍ତି । ଯାଭେଦ ଖାନ୍ ଆଗ୍ରା ୟୁନିଭର୍ସିଟିରୁ ମାନ୍ୟତା ପ୍ରାପ୍ତ ଅମୃତା ସିଂହ ମେମୋରିୟଲ୍ ଡିଗ୍ରୀ କଲେଜ ଆଲିଗଡରୁ ଏହି ବର୍ଷ ବିଏ ଫର୍ଷ୍ଟ ଇୟରର ପରୀକ୍ଷା ପାସ୍ କରିଛନ୍ତି । କିନ୍ତୁ ରେଜଲ୍ଟରେ ସଲମାନ ଖାନଙ୍କର ଫଟୋ ଲାଗିଥିବା ଯୋଗୁଁ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

ଆଗ୍ରା ୟୁନିଭର୍ସିଟିରେ ଏହା ପୂର୍ବରୁ ବିଏଡ୍ ରେ ଫେକ୍ ରେଜଲ୍ଟର ମାମଲା ସାମ୍ନାକୁ ଆସି ସାରିଛି । ଏସଆଇଟି ଏହି ମାମଲାର ଯାଂଚ କରୁଅଛି ।

(ସୌଜନ୍ୟ- ଦକ୍ୱିଣ୍ଟ)