ଓଁ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ନୀତିରେ ବିଳମ୍ବ ଯୋଗୁ ୩ ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

121

କନକ ବ୍ୟୁରୋ: ଓମ ନମଃ ଶିବାୟ, ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିିତ ହେଲା ଏକାମ୍ର କ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଥିଲା ଲିଙ୍ଗରାଜ ମନ୍ଦିର ପରିବେଶ । ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ୩ ଘଂଟା ବିଳମ୍ବରେ ଉଠିଛି ମହାଦୀପ । ରାତି ପ୍ରାୟ ଗୋଟାଏ ୧୦ ମିନିଟ୍ ସମୟରେ ମହାଦୀପ ଉଠିଥିଲା ।

ବିଳମ୍ବ ହୋଇଥିଲେ ବି ଭକ୍ତଙ୍କ ଭିଡ କମିନଥିଲା । ରାତି ପାୟ ୩ ଟା ପର୍ଯ୍ୟନ୍ତ ଏକାମ୍ର କ୍ଷେତ୍ରରେ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଶେଷ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଓ ଜାଗରଯାତ୍ରା । ମହାଦୀପ ଉଠିବା ସମୟରେ ସମ୍ପୂର୍ଣ୍ଣ ଲିଙ୍ଗରାଜ ମିନ୍ଦର ପରିସର ଭକ୍ତିମୟ ହୋଇପଡିଥିଲା । ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ନୀତିରେ ବିଳମ୍ବ ହେବା ଯୋଗୁଁ ମହାଦୀପ ଉଠିବାକୁ ୩ ଘଣ୍ଟା ବିଳମ୍ବ ହୋଇଥିଲା । ସକାଳୁ ସେବାୟତମାନେ ଠାକୁରଙ୍କ ସେବା ନିତି ଆରମ୍ଭ କରିଥିଲେ । କିନ୍ତୁ ପରେ ନୀତିରେ ବିଳମ୍ବ ହୋଇଥିଲା । ତେବେ ନିତିରେ ବିଳମ୍ବ ପାଇଁ ସେବାୟତମାନେ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ।