ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା : ଗିରଫ ହେଲେ ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା

6,939

କନକ ବ୍ୟୁରୋ : ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିବା କଥା ପୁଲିସ କହିଛି । ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଥିଲେ । ଶେଷରେ ରାତି ୨ଟା ବେଳେ ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ ।

ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରୁଛନ୍ତି । ହାତରେ ସିଗାରେଟ ଧରି ଜଣେ ମାଫିଆ ଭଳି ସେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଯେଭଳି ପରିଶ୍ରା କରୁଛନ୍ତି ତାହା ସଭ୍ୟ ସମାଜ ଓ ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାରଙ୍କ ଚରିତ୍ରକୁ କଳଙ୍କିତ କରିଛି ।

ହେଲେ ସବୁଠାରୁ ବଡ କଥା କି କଥା କଥାରେ ଦେଶପ୍ରେମ, ରାଷ୍ଟ୍ରବାଦ କଥା କହୁଥିବା ବିଜେପିର ସରକାର ମଧ୍ୟପ୍ରଦେଶରେ ରହିଛି । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ବିଜେପି ନିଜକୁ ଏଥିରୁ ଅଲଗା କରିବାକୁ ଚେଷ୍ଟା କରିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି, ଅଭିଯୁକ୍ତଙ୍କ ଉପରେ ଦେଶଦ୍ରୋହ ବା ଏନଏସଏ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି ।