ଶ୍ରୀକ୍ଷେତ୍ରରେ ବିଜେ ମା’ ଭଗବତୀ : ଦୁର୍ଗାପୂଜାରେ ଭଗବତୀ ମା’ଙ୍କ ନିକଟରେ ହୁଏ ଆମିଷ ଭୋଗ

68

କନକ ବ୍ୟୁରୋ : ପୁରୀର ସର୍ବ ପୁରାତନ ଠାକୁରାଣୀ ହେଉଛନ୍ତି ମା’ ଭଗବତୀ । ମା’ ଶ୍ରୀମନ୍ଦିରର ଉତର ଓ ପଶ୍ଚିମର କୋଣ ଭାଗ ଗଡ଼ନ୍ତି ଛକରେ ଅବସ୍ଥାନ ହୋଇ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ନିର୍ମାଣ ସମୟରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ମା’ଙ୍କ ପୀଠରେ ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥାଏ । ଶ୍ରୀମନ୍ଦିର ବିମଳାଙ୍କ ରୀତିନୀତି ସହ ମା’ଙ୍କ ମନ୍ଦିର ଜଡ଼ିତ । ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଚଣ୍ଡୀପାଠ ହେବା ସହ ପୂଜାର୍ଚ୍ଚନା ହୋଇଥାଏ ।

ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମା’ଙ୍କ ଦ୍ୱାର ଖୋଲିଥାଏ । ପ୍ରତ୍ୟେକ ମା’ଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଚନ୍ଦନ ଲାଗି, ବାଳଭୋଗ ଆଳତୀ ଓ ମହାପ୍ରସାଦ ସମର୍ପଣ ନୀତି ହୋଇଥାଏ । ଏହି ସମୟରେ ମା’ଙ୍କ ବିଭିନ୍ନ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଏହି ୩ ଦିନ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଥାଏ । ମା’ଙ୍କ ଆମିଷ ଭୋଗ ମଧ୍ୟ କରାଯାଏ ।