ଆର. ଭେଙ୍କଟରମଣି ହେଲେ ନୂଆ ଆଟର୍ଣ୍ଣି ଜେନେରାଲ, ୩ ବର୍ଷ ପାଇଁ ହେଲା ନିଯୁକ୍ତି ; ଜାଣନ୍ତୁ କ’ଣ ଏହି ପଦର ଦାୟିତ୍ୱ

130

କନକ ବ୍ୟୁରୋ: ଆର. ଭେଙ୍କଟରମଣି ହେଲେ ନୂଆ ଆଟର୍ଣ୍ଣି ଜେନେରାଲ । ବରିଷ୍ଠ ଓକିଲ ଭେଙ୍କଟରମଣୀଙ୍କୁ ତିନି ବର୍ଷ ପାଇଁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲଙ୍କ କାର୍ୟ୍ୟକାଳ ଶୀଘ୍ର ଶେଷ ହେବ । ମୁକୁଲ ରୋହତଗୀ ମଧ୍ୟ ନିକଟରେ ଏହି ପଦବୀ ଗ୍ରହଣ କରିବାକୁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଆର ଭେଙ୍କଟରମଣୀଙ୍କୁ ବର୍ତ୍ତମାନ ଏହି ପଦବୀରେ ନିଯୁକ୍ତ କରାଯାଇଛି ।

ଏବେ ଏହି ପଦରେ ଥିବା ଏଜି ବେଣୁଗୋପାଳଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେଉଛି । ସେ ୫ ବର୍ଷ ଯାଏଁ ଶୀର୍ଷ ଆଇନ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ପରେ ଆର. ଭେଙ୍କଟରମଣି ଏହି ଦାୟିତ୍ୱ ସମ୍ଭାଳିବେ ।

ଏହି ପଦବୀର କାର୍ଯ୍ୟ କ’ଣ?
ଆଟର୍ଣ୍ଣି ଜେନେରାଲ କେନ୍ଦ୍ର ସରକାରଙ୍କ ପାଇଁ ଦେଶର ସର୍ବୋଚ୍ଚ ଆଇନ ଅଧିକାରୀ ଓ ମୁଖ୍ୟ ଆଇନ ପରାମର୍ଶଦାତା । ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟରେ କୌଣସି ମାମଲାରେ କେନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ୱ କରନ୍ତି । ସେ ସରକାରଙ୍କର ପ୍ରଥମ ବିଧି ଅଧିକାରୀ ଭାବେ କାର୍ଯ୍ୟ କରନ୍ତି ।