ଜମୁଛି ଆଇପିଏଲ । ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜେଣ୍ଟସ୍

259

କନକ ବ୍ୟୁରୋ : ବିଜୟରୁ ଅଭିଯାନ ଆରମ୍ଭ କରିଛି କେ.ଲ ରାହୁଲଙ୍କ ଲକ୍ଷ୍ନୌ  ସୁପର ଜେଂଟନ୍ସ । ଦୁଇ ୱେଷ୍ଟ ଇଣ୍ଡିଜ ଖେଳାଳୀ କାଇଲ ମାୟର୍ସ ଓ ନିକୋଲାସ ପୁରନଙ୍କ ଚତ୍ମକାର ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇଛି ଲକ୍ଷ୍ନୌ  ସୁପର ଜେଂଟନ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ  ସୁପର ଜେଂଟସ୍ ନିଦ୍ଧାରିତ ୨୦ ଓଭରରେ ୧୯୩ ରନ କରିଥିଲା । ଯବାବରେ ଦିଲ୍ଲୀ ୯ ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଛି ।
ସେପଟେ ଅନ୍ୟ ଏକ ମ୍ୟାଚରେ କୋଲକତା ନାଇଟ ରାଇଡର୍ସକୁ ହରାଇଛି ଶିଖର ଧାୱନଙ୍କ ଟିମ୍ ପଞ୍ଜାବ କିଙ୍ଗସ୍ । ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା । ଯବାବରେ କେକେଆର ୧୬ ଓଭରରେ ୭ ୱିକେଟ୍ ହରାଇ ୧୪୬ କରିବାରେ ସକ୍ଷମ ହୋଇଥିଲା । ଫ୍ଲଡଲାଇଟ୍ ଏବଂ ବର୍ଷା ଯୋଗୁ ଶେଷ ୪ ଓରଭ ଖେଳିପାରିନଥିଲା କେକେଆର । ଫଳରେ ଡିଏଲ ନିୟମ ଅନୁଯାୟୀ ୭ ରନରେ ବିଜୟୀ ହୋଇଥିଲା ଦିଲ୍ଲୀ । ତେବେ ଆଜି ଦୁଇଟି ମ୍ୟାଚ ଖେଳାଯିବାର ଅଛି । ପ୍ରଥମ ମ୍ୟାଚ ସନସାଇଜର ହ୍ରାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳଯିବ । ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁର ।