ଅନ୍ଧାର ଟନେଲରେ ଫଶିଛନ୍ତି ଭଗବାନ ଭତ୍ରା । ଆଜି ଉଦ୍ଧାର ଖବର ଶୁଣିବା ପରେ ପୁରା ପରିବାରେ ଖୁସିର ମାହୋଲ

149

କନକ ବ୍ୟୁରୋ:ଆଉ କିଛି ମୁହର୍ତ୍ତ ପରେ ବାହାରିବେ ଉତରାଖଣ୍ଡ ଉତ୍ତରକାଶି ଟନେଲ ରେ ଫସି ରହିଥିବା ସମସ୍ତ ଶ୍ରମିକ । ଶ୍ରମିକଙ୍କ ଭିତରେ ଓଡ଼ିଶାର ପାଞ୍ଚ ଜଣ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା । ଉଦ୍ଧାର କାମ ଏବେ ଶେଷ ପର୍ଯ୍ୟାୟରେ ଥିବା ଖବର ମିଳିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ପରିବାର ଓ ଗାଁ ଲୋକେ ପ୍ରତିକ୍ଷଣ ଖବର ନେଉଛନ୍ତି କେତେବେଳେ ଟନେଲ ଭିତରୁ ସୁରକ୍ଷିତ ବାହାରିବେ ଭଗବାନ ।

ଆଜି ସକାଳୁ ଭଗବାନ ଭତ୍ରାଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଥିବା ବେଳେ ଗ୍ରାମର ମହିଳା ମାନେ ମଧ୍ୟ ମୋବାଇଲ ଧରି ଖବର ଦେଖିବାରେ ବ୍ୟସ୍ତ । ସେମାନେ ମଧ୍ୟ ବୁଝି ସାରିଲେଣି କି ଆଉ କିଛି ସମୟ ପରେ ଭଗବାନ ଭାତ୍ରା ଟନେଲ ରୁ ବାହାରିବେ ।