ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଦୁଇ ନାବାଳକଙ୍କୁ ଅଟକ, ୨ ଫେରାର ।

196

କନକ ବ୍ୟୁରୋ: ରାଜଧାନୀରେ ଦିନ ଦ୍ୱିପହରରେ ଲୁଟ୍ । ୧୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ । ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ ଏପରି ଘଟଣା ଘଟିଛି ।
ଆଇନଜୀବୀ ସ୍ୱଧା ଧଳ ଘରେ କେହି ନଥିବା ବେଳେ ଏହି ଲୁଟ ହୋଇଛି । ଦିନ ପ୍ରାୟ ଗୋଟାଏ ବେଳେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି । ଆଉ ୨ ଜଣ ଫେରାର ଥିବା କୁହାଯାଉଛି । ତେବେ ନାବାଳକକୁ ବ୍ୟବହାର କରି ଏପରି ଲୁଟ କରାଯାଇଥିବା ସଂଦେହ କରୁଛି ପୁଲିସ ।