ଟେଲିଗ୍ରାମ ଆପ୍ ଜରିଆରେ ଟଙ୍କା ଡବଲ କରିବାକୁ କହି ଲୁଟ୍ । ଅଭିଯୁକ୍ତକୁ ଗିରଫ କଲା ସାଇବର ପୋଲିସ୍ ।

120

କନକ ବ୍ୟୁରୋ: କୋରାପୁଟ ସାଇବର ଥାନା ହାତରେ ମୟୁରଭଞ୍ଜ ଠକ । ଏକ ଲକ୍ଷ ୫୮ ହଜାର ଟଙ୍କା ଜବତ । ଟେଲିଗ୍ରାମ ଆପ୍ ଜରିଆରେ ଟଙ୍କା ଡବଲ କରିବାକୁ କହି ରଚୁଥିଲା ନେଟୱର୍କ । ହ୍ୱାଟ୍ସଆପ୍ ମାଧ୍ୟମରେ ବିଭିନ୍ନ ଲୋକଙ୍କୁ ପ୍ରଥମେ ମେସେଜ୍ ପଠାଇ ବିଶ୍ୱାସ ଜନ୍ମାଉଥିଲା । ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କା ନେଇସାରିବା ପରେ ନିଜ ଆକାଉଣ୍ଟକୁ ଡିଲିଟ କରିଦେଉଥିଲା ।

କୋରାପୁଟ ପଟାଙ୍ଗୀର ଜଣେ ଯୁବକ ଆଶିଷ କୁମାର ପ୍ରଧାନ ଏଭଳି ଠକାମୀର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରିବା ସହ ଏକ ଲକ୍ଷ ୫୮ ହଜାର ଟଙ୍କା ଓ ଗୋଟଏ ମୋବାଇଲ ଜବତ କରିଛି । ଅଭିଯୁକ୍ତ ଜଗନ୍ନାଥ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ମାମଲା ରହିଛି । ଘଟଣାର ତଦନ୍ତ ଚାଲିଛିି ଓ ଖୁବ୍ ଶୀଘ୍ର ଅଧିକ ତଦନ୍ତ ସାମ୍ନାକୁ ଆସିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।